ଜୟପୁର– ଜୟପୁର ସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟ ଠାରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ବିବେକାନନ୍ଦ ସୁନାଙ୍କ ଅଧ୍ୟକ୍ଷାତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଇତିହାସ ବିଭାଗର ମୁଖ୍ୟ ପ୍ରଧ୍ୟାପିକା ଡଃ କନକଲତା ମହାପାତ୍ର ଯୋଗଦେଇ ନିଜ ବକ୍ତବ୍ୟରେ ଏହି ପ୍ରବାସୀ ଭାରତୀୟ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ । ସେହିପରି ଆମ ଦେଶର ବିକାଶ କ୍ଷେତ୍ରରେ ପ୍ରବାସୀ ଭାରତୀୟ ମାନଙ୍କ ଅବଦାନ ନିତାନ୍ତ ଆବଶ୍ୟକ, ନିଜ ଜନ୍ମମାଟିକୁ ବିଶ୍ବରେ ଶ୍ରେଷ୍ଠ କରିବା ପାଇଁ ସେମାନେ ଆଗକୁ ଆସିବା ସହ ଅଧିକ କାର୍ଯ୍ୟ କରିବାକୁ ପଡିବ ବୋଲି କହିଥିଲେ । ସେହିପରି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତାରେ କରୁଥିବା ଅଧ୍ୟକ୍ଷ ଡଃ. ସୁନା ନିଜ ବକ୍ତବ୍ୟରେ ଦକ୍ଷିଣ ଆଫ୍ରିକାରୁ ଜାତୀୟପିତା ମହାତ୍ମା ଗାନ୍ଧୀ ଆଜିର ଦିନରେ ନିଜ ଦେଶ ଓ ଜନ୍ମମାଟିକୁ ଫେରିଥିଲେ । ତେଣୁ ଏହି ଦିବସକୁ ପ୍ରବାସୀ ଭାରତୀୟ ଦିବସ ଭାବେ ପାଳନ କରାଯାଉଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଯୋଜକ କରୁଥିବା ପ୍ରଧ୍ୟାପକ ଡଃ.ଡମ୍ବୁରୁଧର ଦାସ କହିଥିଲେ ଯେ, ଓଡିଶାର ଭୁବନେଶ୍ବର ଠାରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଉଛି । ଏହା ଦ୍ବାରା ପ୍ରବାସୀ ଭାରତୀୟ ମାନେ ଦେଶର ଏବଂ ଆମ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ଉନ୍ନତୀକରଣ ପାଇଁ ପ୍ରୟାସ ଏବଂ ସେମାନଙ୍କ ବ୍ୟବସାୟ ଆରମ୍ଭ କରିବାରେ ସୁଯୋଗ ସୃଷ୍ଟି କରିଛି । ଏହିପରି ଆଗାମୀ ୧୦୦ତମ ଓଡିଶାର ପ୍ରତିଷ୍ଠା ବର୍ଷ ୨୦୩୬ ଏବଂ ଭାରତର ୨୦୪୭ ମସିହା ସୁଦ୍ଧା ଦେଶ ଅଧିକ ବିକଶିତ ହୋଇ ବିଶ୍ବର ଏକ ନମ୍ବର ଦେଶ ଭାବେ ପରିଗଣିତ ହେବ ବୋଲି ଆଶା ପ୍ରକୋଟ କରିଥିଲେ । ଭାରତୀୟ ମାନେ ବୈଷୟିକ, ଶିକ୍ଷା, ପ୍ରଯୁକ୍ତି କ୍ଷେତ୍ରରେ ବିଶ୍ବରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି । ତେଣୁ ପ୍ରବାସୀ ଭାରତୀୟ ମାନଙ୍କ ଦ୍ବାରା ଏଠାରେ ବିଭିନ୍ନ ପ୍ରତିଷ୍ଠାନ ଦେଶର ସ୍ଥାପନ କରିବାରେ ଏହି ସମ୍ମିଳନୀ ସୁଯୋଗ ସୃଷ୍ଟି କରିଛି ବୋଲି ଆଲୋଚନା ହୋଇଥିଲା ।
ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠ ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା । ଶେଷରେ ସୁନିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରୀ ମାନେ ଉପସ୍ଥିତ ଥିଲେ ।