ବଲାଙ୍ଗିର– କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି ଉତ୍ୟେକ୍ତ ଲୋକେ । ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଜାମଖୁଂଟା ଗ୍ରାମ ନିକଟରେ ରାସ୍ତା ଅବରୋଧ କରାଯାଇଛି । ଫଳରେ ୧୬ ନଂ ଜାତୀୟ ରାଜପଥର ଭବାନୀପାଟଣା- ରାୟପୁର ରାସ୍ତାରେ ଆଜି ଦୀର୍ଘ ସମୟ ଧରି ଯାନବାହନ ଚଳାଚଳ ବ୍ୟାହତ ହୋଇଛି । ଗତକାଲି ଏଠାରେ ଅଜଣା ଗାଡ଼ି ଧକ୍କାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିଲେ ।