ଭୁବନେଶ୍ୱର– ବିଶ୍ୱ ହିନ୍ଦୀ ଦିବସର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ୍ସ ହ୍ୟାଣ୍ଡେଲରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ହିନ୍ଦୀ କେବଳ ଏକ ଭାଷା ନୁହେଁ, ବରଂ ଏହା ଆମ ସଂସ୍କୃତି, ସଭ୍ୟତା ଓ ଇତିହାସର ଅମୂଲ୍ୟ ଐତିହ୍ୟ ଅଟେ । ହିନ୍ଦୀ ଭାଷା ଆମର ଦେଶକୁ ଯୋଡିବାରେ ଏକ ସଶକ୍ତ ମାଧ୍ୟମ ସହ ପୂରା ବିଶ୍ୱରେ ଭାରତୀୟତାର ପରିଚୟ ଓ ସମ୍ବେଦନର ପ୍ରତିବିମ୍ବ ଅଟେ । ହିନ୍ଦୀ ବିବିଧତାରେ ଏକତାର ଆମର ଭାରତୀୟ ଆଦର୍ଶକୁ ପ୍ରଦର୍ଶିତ କରିଥାଏ । ଆସନ୍ତୁ ଆମେ ସମସ୍ତେ ମିଳିତ ଭାବେ ହିନ୍ଦୀ ଓ ଭାରତୀୟ ଭାଷାକୁ ନିଜ ଜୀବନର ଅଭିନ୍ନ ଅଂଶ ବନାଇବା ଏବଂ ଏହାକୁ ଆଗାମୀ ପିଢି ଯାଏ ଗର୍ବର ସହ ପହଂଚାଇବା । ଆପଣ ସମସ୍ତଙ୍କୁ ବିଶ୍ୱ ହିନ୍ଦୀ ଦିବସର ହାର୍ଦ୍ଦିକ ଶୁଭକାମନା ।
Related Stories
January 19, 2025
January 19, 2025