
ଭୁବନେଶ୍ୱର– ମଣ୍ଡିରେ ଧାନ ସଂଗ୍ରହ ଠିକ୍ ଠାକ୍ ଚାଲିଛି। କିଛି ସ୍ଥାନରେ ଅସୁବିଧା ସାମ୍ନାକୁ ଆସିଛି। ଲୋକଙ୍କୁ ଉସକାଉଛନ୍ତି କିଛି ନେତା ବୋଲି ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେ କହିଛନ୍ତି ଯେ, ଯେକୌଣସି ଧାନ ଆଣିଲେ 3100 ଟଙ୍କା ଦେବେ ବୋଲି ଚାଷୀଙ୍କୁ ବିଭ୍ରାନ୍ତି କରାଯାଉଛି। କିନ୍ତୁ ଏଫଏକ୍ୟୁ ମାନର ଧାନକୁ ଆଣିବାକୁ ପଡିବ। ବର୍ଷା ପାଇଁ ଧାନ ରଙ୍ଗ ପରିବର୍ତ୍ତନ ହେଲେ ବି ଆମେ ନେଇଯିବୁ। କିନ୍ତୁ ବହୁ ଖରାପ ହୋଇଥିଲେ ନେଇହେବ ନାହିଁ। କ୍ଷତି ହୋଇଥିବା ଧାନ ପାଇଁ କ୍ଷତିପୂରଣ ଦିଆଯାଉଛି। ଏହାପରେ ଆଉ କିପରି ଖରାପ ଧାନକୁ ନେବେ ସରକାର। ଅନୁରୋଧ କରୁଛି ଏଫଏକ୍ୟୁ ମାନର ଧାନ ଆଣନ୍ତୁ। 12 ଘଣ୍ଟାରେ ପଇସା ଯାଉଛି। 23 ଲକ୍ଷ ମେଟ୍ରିକ୍ ଟନ ପାଇଁ ପଇସା ଦିଆସରିଲାଣି। ସବୁଠି ଖୋଲି ଗଲାଣି। ଆଳୁରେ ଆମେ ସ୍ଵୟଂ ସମ୍ପୂର୍ଣ୍ଣ ହେବୁ। ଅପେକ୍ଷା କରନ୍ତୁ। ଦର କମିବ। ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଭିତରେ ବିବାଦ ନାହିଁ। ଦିଦି ତାଙ୍କ ହିସାବରେ ନିୟମ କରୁଛନ୍ତି ଆମେ ଆମ ହିସାବରେ ନିୟମ କରୁଛୁ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।