ଭୁବନେଶ୍ୱର– ଆଜି ରାଜ୍ୟର ୧୩ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡ଼ିଗ୍ରୀ କିମ୍ବା ଏହାର ତଳେ ରହିଛି । ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫.୪ ଡ଼ିଗ୍ରୀ ସେଲସିୟସ୍ ରେକର୍ଡ଼ ହୋଇଥିବା ବେଳେ ସିମିଳିଗୁଡ଼ାରେ ୭.୨, ଫୁଲବାଣୀରେ ୭.୫, ଝାରସୁଗୁଡ଼ାରେ ୭.୬, ରାଉରକେଲା ୭.୯, କିରେଇରେ ୮.୮, ଚିପିଲିମାରେ ୮.୮, ଦାରିଙ୍ଗବାଡ଼ିରେ ୯.୦, ସୁନ୍ଦରଗଡ଼ରେ ୯.୧, ଅନୁଗୁଳରେ ୯.୬ ଏବଂ କେନ୍ଦୁଝରଗଡ଼ରେ ୯.୯ ଡ଼ିଗ୍ରୀ ସେଲସିୟସ୍ ରେକର୍ଡ଼ ହୋଇଛି । ସେହିପରି ଭବାନୀପାଟଣା ଓ ବଲାଙ୍ଗିରରେ ସର୍ବନିମ୍ନ ତାପମାତ୍ରା ୧୦ ଡ଼ିଗ୍ରୀ ସେଲସିୟସ୍ ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
Related Stories
January 19, 2025
January 19, 2025