କୋଲକାତା– ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସୀମା ନିକଟ ଭାରତୀୟ ମାଟିର 5 କିଲୋମିଟର ଅଂଚଳ ଉପରେ ବାଂଲାଦେଶର ବର୍ଡର ଗାର୍ଡ କବଜା ଖବରକୁ ଭିତ୍ତିହୀନ ବୋଲି କହିଛି ବିଏସଏଫ । ବିଏସଏଫ ଏହି ଖବରକୁ ଆଧାରହୀନ ଓ ଦାୟିତ୍ୱହୀନ ବୋଲି କହିଛି ।
ବିଏସଏଫ ସାଉଥ ବଙ୍ଗ ଫ୍ରଂଟିୟର ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଏହି ଖବର ଯାହା ବାଂଲାଦେଶ ମିଡିଆରେ ପ୍ରକାଶିତ ହୋଇଥିଲା, ତାହା ସତ୍ୟ ଓ ବିଶ୍ୱସନୀୟତା ଠାରୁ କୋଷ ଦୂରରେ । ବୟାନରେ ସ୍ପଷ୍ଟ କରାଯାଇଛି ଯେ, ଯେଉଁ କ୍ଅଂଚଳର କଥା ଉଠିଛି ତାହା ଭାରତର ପଶ୍ଚିମବଙ୍ଗର ଉତର 24 ପ୍ରଗଣା ଜିଲ୍ଲାର ବାଗଦା ବ୍ଳକର ରଙ୍ଗହଟ ଗାଁରେ ରହିଛି ।
ଅନ୍ତର୍ଜାତୀୟ ସୀମା କୋଡଲିୟା ନଦୀ ଦ୍ୱାରା ଚିହ୍ନଟ ଏବଂ ଉଭୟ ପଟେ ରିଫରେନ୍ସ ପିଲର୍ସ ଲାଗିଛି । ଅନ୍ତର୍ଜାତୀୟ ସୀମାର ସ୍ଥିତି ଓ ବିଏସଏଫର ଡ୍ୟୁଟି ପାର୍ଟନ ଦଶନ୍ଧିରୁ ଅପରିବର୍ତ୍ତିତ ଥିବା ବୟାନରେ କୁହାଯାଇଛି ।