ଭୁୁବନେଶ୍ୱର – “ଆମେ ଭାରତବାସୀ” ଆନୁକୂଲ୍ୟରେ ଆସନ୍ତା ୩୦ ତାରିଖ ଦିନ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ସମ୍ବିଧାନ ବିରୋଧି – ଧର୍ମନିରପେକ୍ଷତା ବିରୋଧି ନାଗରିକ ସଂଶୋଧନ ଆଇନ୍ (ସିଏଏ) ଜାତୀୟ ନାଗରିକ ପଞ୍ଜିକା (ଏନଆରସି) ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନପିଆର୍) ପ୍ରତ୍ୟାହାର ଦାବିରେ “ସମ୍ବିଧାନ ବଂଚାଅ – ଧର୍ମନିରପେକ୍ଷତା ବଂଚାଅ – ଦେଶ ବଂଚାଅ” ଅଭିଯାନକୁ କଂଗ୍ରେସ ଦଳ ସମର୍ଥନ କରୁଛି ।
ଉପରୋକ୍ତ କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ କଂଗ୍ରେସ ନେତୃବୃନ୍ଦ, କର୍ମୀ, ବିଧାୟକ ଓ ସାଂସଦ ପ୍ରାର୍ଥୀ, ପ୍ରାକ୍ତନ ବିଧାୟକ ଓ ସାଂସଦ, ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ସମସ୍ତ କର୍ମକର୍ତା ହଜାର ହଜାର ସଂଖ୍ୟାରେ ସଠିକ୍ ସମୟରେ ଯୋଗ ଦେବାକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ନିବେଦନ କରିଛନ୍ତି ।