
ଭୁୁବନେଶ୍ୱର – ସୋମବାର ଦିନ ଝାରସୁଗୁଡା ଓ କୋଲକାତା ମଧ୍ୟରେ ସିଧାସଳଖ ବିମାନ ଉଡାଣ ଆରମ୍ଭ ହୋଇଛି । ଏଲାୟନ୍ସ ଏୟାର ଯାତ୍ରୀମାନଙ୍କୁ ଏହି ସେବା ଯୋଗାଇ ଦେଇଛି । ପ୍ରଥମ ଦିନରେ ୧୬ ଜଣ ଯାତ୍ରୀଙ୍କୁ ନେଇ ଏଲାୟନ୍ସ ଏୟାର ବିମାନ କୋଲକାତାରୁ ଝାରସୁଗୁଡ଼ାକୁ ଆସିଥିଲା । ସେହିପରି ଝାରସୁଗୁଡ଼ାରୁ କୋଲକାତାକୁ ଏହି ବିମାନ ଯୋଗେ ୨୫ ଜଣ ଯାତ୍ରା କରିଥିବା ଜଣାପଡ଼ିଛି । ଉଡାନ୍-୩ ଯୋଜନା ଅଧିନରେ ନିୟମିତ ଭାବେ କୋଲକାତାରୁ ଝାରସୁଗୁଡ଼ା ମଧ୍ୟରେ ବିମାନ ଚଳାଚଳ କରିବ ।
ବିମାନଟି କୋଲକାତାରୁ ଆସି ଝାରସୁଗୁଡ଼ାରେ ୧.୧୫ ମିନିଟ୍ ସମୟରେ ପହଂଚି ୧.୪୫ ମିନିଟରେ ଛାଡିବାର ଥିଲା । କିନ୍ତୁ ଆଜି ବିମାନଟି ଝାରସୁଗୁଡ଼ାରେ ୧୨.୫୦ ମିନିଟରେ ପହଂଚି ଥିବା ବେଳେ ୧.୨୫ମିନିଟରେ ଝାରସୁଗୁଡ଼ାରୁ କୋଲକାତା ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଜଣାପଡ଼ିଛି ।