ନୂଆଦିଲ୍ଲୀ– ରାଜଧାନୀ ଦିଲ୍ଲୀରେ ଆଜି ବିଧାନସଭା ନିର୍ବାଚନ ଘୋଷଣା ହେବ । ନିର୍ବାଚନ କମିଶନ ପ୍ରାୟ 2ଟା ବେଳେ ପ୍ରେସ କନଫରେନ୍ସ କରିବେ । ଏଥିରେ ଦିଲ୍ଲୀ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇପାରେ । 70 ବିଧାନସଭା ସିଟ ପାଇଁ ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ କରାଯିବ । ତାରିଖ ଘୋଷଣା ସହିତ ଦିଲ୍ଲୀରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବ ।