
ଭୁବନେଶ୍ୱର– ରାଜ୍ୟପାଳଙ୍କୁ ସାକ୍ଷାତ କଲେ ସୂର୍ଯ୍ୟବଂଶୀ ସୂରଜ । ଏନେଇ ଏକ୍ସ ହ୍ୟାଣ୍ଡେଲରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଯେ, ଓଡ଼ିଶାର ନୂତନ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି ମହୋଦୟଙ୍କୁ ସୌଜନ୍ୟମୂଳକ ଭାବେ ସାକ୍ଷାତ କରି ଶୁଭେଚ୍ଛା ଜଣାଇଛି । ମିଜୋରାମର ରାଜ୍ୟପାଳ ଭାବେ ତାଙ୍କ କାର୍ଯ୍ୟକାଳ ନିହାତି ରୂପେ ଉଲ୍ଲେଖନୀୟ। ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଭୂଇଁ ଓଡ଼ିଶାପାଇଁ ସେ ନିଷ୍ଠାର ସହିତ ନିଜର ଦାୟିତ୍ୱ ନିର୍ବାହ କରି ଓଡ଼ିଶାର ପ୍ରଗତିକୁ ତ୍ୱରାନ୍ୱିତ କରିବେ ବୋଲି ମୁଁ ଦୃଢ଼ନିଶ୍ଚିତ।