ଭୁବନେଶ୍ୱର– ବିଦେଶାଗତ ପକ୍ଷୀଙ୍କ ପାଇଁ ହେବ ବାର୍ଡ ମ୍ୟୁଜିୟମ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି । ଚିଲିକା, ବରକୂଳ କିମ୍ବା ନଳବଣ କେଉଁ ସ୍ଥାନରେ ହେବ ସେ ନେଇ ବିଚାର କରୁଛି ବିଭାଗ । ଏଥିପାଇଁ ଚିଲିକା ଡେଭଲପମେଣ୍ଟ ଅଥରିଟି ସହ ପର୍ଯ୍ୟଟନ ବିଭାଗ ମିଶି ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛନ୍ତି । ପ୍ରବାସୀ ଭାରତୀୟ ସମ୍ମିଳନୀରେ ଅନେକ ଅତିଥି ଆସୁଛନ୍ତି । ଓଡିଶାକୁ ଉପସ୍ଥାପନା କରିବାର ଏହା ବଡ଼ ସୁଯୋଗ ମିଳିବ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଯେତିକି ପ୍ରସ୍ତୁତ ନଳ ବଣକୁ ଆସିବାକୁ ଥିବା 10 ଲକ୍ଷ ପକ୍ଷୀଙ୍କୁ ସ୍ୱାଗତ ପାଇଁ ବି ସେତିକି ପ୍ରସ୍ତୁତ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।