କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ରବିବାର ସକାଳ ୧୧.୩୦ମିନିଟ୍ ସମୟରେ ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ (ଇନ୍ଦିରା ଭବନ) ରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ଜୟନାରାୟନ ପଟ୍ଟନାୟକଙ୍କ ଉପସ୍ଥିତି ରେ ପୁଷ୍କର ମହାପାତ୍ର ଙ୍କ ସଭାପତିତ୍ବରେ ଭାରତର ପୁର୍ବତନ ପ୍ରଧାନମନ୍ତ୍ରୀ ଭାରତୀୟ ଜାତୀୟ କଂଗ୍ରେସ ର ଯସସ୍ବୀ ନେତା ପ୍ରଚଣ୍ଡ ଅର୍ଥନୀତିଜ୍ଞ ସ୍ୱର୍ଗତ ଡାକ୍ତର ମନମୋହନ ସିଂହଙ୍କ ବିୟୋଗରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଦିବଙ୍ଗତ ସ୍ୱର୍ଗତ ପୁର୍ବତନ ପ୍ରଧାନମନ୍ତ୍ରୀ ଡକ୍ତର ସିଂହ ଙ୍କର ଦେଶକୁ ଦେଇଥିବା ଦୀର୍ଘଦିନର ସୁଶାସନ ଓ ଦେଶ ପ୍ରତି ତାଙ୍କର ଅବଦାନ ଅତୁଳନୀୟ ତାଙ୍କ ଶାସନ କାଳରେ ଦେଶର ସବୁ ବର୍ଗର ଲୋକମାନଙ୍କ ପାଇଁ ତାଙ୍କର ଶାସନ ଖସଡ଼ା ଏ ଦେଶର ପ୍ରତ୍ୟେକ ନାଗରିକ ଅନୁଭବ କରୁଛନ୍ତି । ବିଶେଷ କରି ଖାଦ୍ୟ ସୁରକ୍ଷା ଯୋଜନା, ମନରେଗା,ଆଧାର କାର୍ଡ, ଜାତୀୟ ସ୍ୱାସ୍ଥ୍ୟ ଆଇନ୍, ଜାତୀୟ ସୂଚନା ଅଧିକାର ଆଇନ୍ , ମହିଳା ସଶକ୍ତି କରଣ ଓ ୧୦୮ ଭଳି ଅନେକେ ଲୋକହିତକାରୀ କାର୍ଯକ୍ରମ ନିମନ୍ତେ ଏ ଦେଶବସୀ ତାଙ୍କ ପାଖରେ ଚିର ରୂଣି। ବିଶେଷ କରି ତାଙ୍କର ଓଡିଶା ପ୍ରତି ଅବଦାନ ଓ ପୁରୀ ଶ୍ରୀ ଜଗନ୍ନାଥ ମେଡ଼ିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ଅବଦାନ ଅତୁଳନୀୟ । ଏ ଦେଶ ଏ ଜାତି ନିମନ୍ତେ ସଦା ଅମର ରହିବେ।
ଏହି ଶୋକସଭା ରେ ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ, ଉତ୍ତମ କୁମାର ଆଚାର୍ଯ୍ୟ, ରାଜେଶ କୁମାର ମିଶ୍ର, ପ୍ରେମାନନ୍ଦ ମହାନ୍ତି, ବିଦୁଲତ ଅଚର୍ଯ୍ୟ,ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ସିଦ୍ଧାର୍ଥ ରାଉତରାୟ, ମନୋଜ କୁମାର ରଥ, ନିରଞ୍ଜନ ରଥ,ଅମରେନ୍ଦ୍ର ପାଇକରାୟ, ବିଶ୍ଵନାଥ ଦାଶ, ସୁକାନ୍ତ କୁମାର ପ୍ରଧାନ, ନିରଞ୍ଜନ ମିଶ୍ର, କାଳୀ ପ୍ରାସାଦ ନାୟକ, ସୋମ୍ୟକାନ୍ତ ଖୁଣ୍ଟିଆ, ସସ୍ମିତା ବେହେରା, କାହ୍ନୁଚରଣ ପ୍ରଧାନ, ବିଶ୍ୱରଂଜନ ମହାପାତ୍ର, ଆର୍ତ୍ତତ୍ରାଣ ସାହୁ, ରଜତ କୁମାର ସାହୁ, ଉମାକାନ୍ତ ବେହେରା, ପବିତ୍ର ମୋହନ ଦଳେଇ ପ୍ରମୁଖଉପସ୍ଥିତ ଥିଲେ ।ଏହି ସ୍ମୃତି ଚାରଣ ସଭାକୁ ସ୍ୱାଧୀନ କୁମାର ପଣ୍ଡା ପରିଚାଳନା କରିଥିଲେ।
Related Stories
January 22, 2025