
ଭଞ୍ଜନଗର – ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଉପେନ୍ଦ୍ର ଭଞ୍ଜ ଷ୍ଟାଡିଅମ ଠାରେ ମହାସମାରୋହରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଏଥିରେ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିଥିଲେ। ନିଜ ଅଭିଭାଷଣରେ ଶ୍ରୀ ମିଞ୍ଜ ଭାରତର ସମ୍ବିଧାନ କୁ ସମ୍ମାନ ଜଣାଇ ଆମେ ସମସ୍ତେ ଏକାଠି ହୋଇ ଦେଶରେ ଶାନ୍ତି, ମୈତ୍ରୀ, ଏକତା ଓ ଅଖଣ୍ଡତା ବଜାୟ ରଖିବାକୁ କହିଥିଲେ। ବିଭିନ୍ନ ଶିକ୍ଷାନୁଷ୍ଠାନ ତରଫରୁ ଦେଶାତ୍ମବୋଧକ ସଙ୍ଗୀତ କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏହାପରେ ଉପଖଣ୍ଡ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା।ବଡ଼ କୋଦଣ୍ଡା କୁଷ୍ଠାଶ୍ରମ ରେ ମଧ୍ୟ ଉପଜିଲ୍ଲାପାଳ ମିଷ୍ଟାନ୍ନ ବଣ୍ଟନ କରିଥିଲେ।ଏଥିରେ ତାଙ୍କ ସହ ଏସ ଡ଼ି ପି ଓ ଶୁଭ୍ରାଂଶୁ ଶେଖର ମିଶ୍ର, କଲେଜ ଅଧ୍ୟକ୍ଷ ଡ଼. ନିଳାଞ୍ଚଳ ମୁନୀ, ସମାଜସେବୀ ଶୂଳପାଣି ଶତପଥୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।