
ଭଞ୍ଜନଗର- ଆଜି ଭଞ୍ଜନଗର ମେନ ରୋଡ଼ ଠାରେ ଉପଖଣ୍ଡ ପ୍ରଶାସନ ତରଫରୁ ୧୦ମ ଜାତୀୟ ଭୋଟର ଦିବସ ପାଳନ କରାଯାଇଛି। ଏଥିରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କ ସମେତ ଡ଼ି ଏଫ ଓ ଅଭୟ କୁମାର ଦଳେଇ, ଏସ ଡ଼ି ପି ଓ ଶୁଭ୍ରାଂଶୁ ଶେଖର ମିଶ୍ର, କଲେଜ ଅଧ୍ୟକ୍ଷ ଡ଼.ନିଳାଞ୍ଚଳ ମୁନୀ, ଶାନ୍ତି କୁମାରୀ ଉପାଧ୍ୟାୟ, ଆଇ ଆଇ ସି ସୁଦୀପ୍ତ କୁମାର ସାହୁ, ସମାଜସେବୀ ଶୂଳପାଣି ଶତପଥୀ ମଞ୍ଚାସିନ ଥିଲେ। ଆମ ଦେଶରେ ପ୍ରତ୍ୟେକ ନାଗରିକ ସମ୍ବିଧାନ କୁ ସମ୍ମାନ ଜଣାଇ ନିର୍ବାଚନ ରେ ନିରପେକ୍ଷ ମତଦାନ କରି ଏକ ସୁଦୃଢ ସରକାର ଗଠନ କରିବାକୁ ସମସ୍ତେ ଶପଥ ନେଇଥିଲେ। ଏଥି ସହ ନୂତନ ଭୋଟର ମାନେ ତାଲିକାରେ ନିଜ ନାମ ପଞ୍ଜିକରଣ, ନିରପେକ୍ଷ ମତଦାନ, କାହାରି ପ୍ରଲୋଭନ ନ ପଡିବା ଏବଂ ସମସ୍ତେ ନିର୍ବାଚନରେ ମତଦାନ କରିବାକୁ ଅତିଥିମାନେ ସଚେତନ କରିଥିଲେ। ଏଠାରେ କିଛି ନୂତନ ଭୋଟରଙ୍କୁ କାର୍ଡ ପ୍ରଦାନ କରାଯାଇଥିଲା ଏବଂ ଭିନ୍ନକ୍ଷମ ଓ ବରିଷ୍ଠ ଭୋଟର ମନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭୋଟ ସମ୍ବନ୍ଧୀୟ କୁଇଜ ପ୍ରତିଯୋଗିତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ବିଭିନ୍ନ ମହାବିଦ୍ୟାଳୟ ଓ ଅନୁଷ୍ଠାନ ର ଛାତ୍ର ଛାତ୍ରୀମାନେ ପରିବେଷଣ କରିଥିଲେ।ଶେରଗଡ଼ ତହସିଲଦାର, ଓ ଆସ୍କା ଅତିରିକ୍ତ ତହସିଲଦାର ଉପସ୍ଥିତ ଜନସାଧାରଣ ଙ୍କ ମନୋରଞ୍ଜନ କରିଥିଲେ। ଏଥିରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO