ଭୁବନେଶ୍ୱର- ଭୁବନେଶ୍ୱର ଏରୋବ୍ରିଜ ନିର୍ମାଣ କରୁଥିବା ଦିଲ୍ଲୀପ କନଷ୍ଟ୍ରକସନ , ବମିଖାଲ ଓଭର ବ୍ରିଜ୍ ନିର୍ମାଣ କରିଥିବା ପଣ୍ଡା ଇମ୍ଫ୍ରାପରି ରାଜ୍ୟ ସରକାରଙ୍କ ଗେହ୍ଲାପୁଅ ବୋଲି କଂଗ୍ରେସ ନେତା ରାଜୀବ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।ହାଇକୋର୍ଟର ଏକ ସିିଟିଂ ଜଜ୍ଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯିବା ପାଇଁ ସେ ଦାବି କରିଛନ୍ତି । ଘଟଣାରେ ସମ୍ପୃକ୍ତ କନଷ୍ଟ୍ରକସନ୍ କମ୍ପାନୀର ମାଲିକଙ୍କୁ ଗିରଫକରି ଦୃଷ୍ଟାନ୍ତମୁଳକ ଦଣ୍ଡଦେବା ସହ କମ୍ପାନୀର ଲାଇସେନ୍ସକୁ ସବୁଦିନ ପାଇଁ ରଦ୍ଦ କରାଯାଉ । ଏହାସହ ଯେଉଁ ସରକାରୀ କତୃପର୍କ୍ଷ ଏହାର ତଦାରଖ ଦାୟିତ୍ୱରେ ଥିଲେ, ତାହାର ତଦନ୍ତ କରାଯାଇ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ମୃତକଙ୍କ ପରିବାରକୁ ୨୦ଲକ୍ଷଟଙ୍କା ଏବଂ ପରିବାରର ଜଣକୁ ଚାକିରୀ ଓ ଆହତଙ୍କୁ ୫ଲକ୍ଷଟଙ୍କା କ୍ଷତିପୂରଣ ସହ ମାଗଣାରେ ଚିକିତ୍ସା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି ।
କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଅଭିଯୋଗ କରିଛନ୍ତି ଯେ ୬୦ କୋଟି ଟଙ୍କା ବ୍ୟୟ ଅଟକଳରେ ଏୟାରପୋର୍ଟ ଠାରେ ଦିଲ୍ଲୀପ କନଷ୍ଟ୍ରକସନ ୨୦୧୯ରୁ ଯେଉଁ କାର୍ଯ୍ୟାରମ୍ଭ କରିଥିଲା ତାହା ଅତି ନିମ୍ନମାନର ଥିଲା । ବିଭାଗୀୟ ସରକାରୀ କତୃପକ୍ଷ ଯେଉଁମାନେ କି ଏହାର ତଦାରଖ ଦାୟୀତ୍ୱରେ ଅଛନ୍ତି, ସେମାନେ ଉତ୍କୋଚ ନେଇ ଏପରି ନିମ୍ନମାନର କାର୍ଯର୍୍ୟ ପ୍ରତି ଆଖି ବୁଜିଦେଇଥିଲେ । ଦିଲ୍ଲିପ କନଷ୍ଟ୍ରକସନ କାମପାଇବାରେ ଉଭୟ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ସହମତି ରହିଛି । ଏଠାରେ ଉଲ୍ଲେଖ ଯୋଗ୍ୟଯେ ନୂଆକରି ବିଜେଡ଼ିର ସାଂସଦ ହୋଇଥିବା ଜଣେ ପ୍ରତିଷ୍ଠିତ କ୍ଷମତାଶାଳୀ ବ୍ୟକ୍ତି ଦିଲ୍ଲୀପ କନଷ୍ଟ୍ରକସନର ମାଲିକ ଦିଲ୍ଲିପ ଖଟେଇଙ୍କର ପୃଷ୍ଠପୋଷକ ବୋଲି ସେ ଅଭିଯୋଗ କରିଛନ୍ତି ।
ଓଡ଼ିଶାର ନବୀନ ସରକାର ଓ କେନ୍ଦ୍ରର ମୋଦୀ ସରକାର ଏମାନେ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । କେନ୍ଦ୍ର ସରକାରଙ୍କର ସିଭିଲ ଏଭିଏସନ୍ ବିଭାଗ ଏଇ ଦୁର୍ନୀତିରେ ସଂପୃକ୍ତ କାରଣ ଦିଲ୍ଲୀପ କନଷ୍ଟ୍ରକସନର ନିମ୍ନମାନର କାର୍ଯ୍ୟକୁ ଏମାନେ ଉତ୍ସାହିତ କରୁଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ଛାତ୍ର କଂଗ୍ରେସ ନେତା ୟାସିର ନୱାଜ, ରଣଜିତ୍ ପାତ୍ର ଓ ଆଲୋକ ଲେଙ୍କା ଉପସ୍ଥିତ ଥିଲେ ।