ଶ୍ରୀନଗର– ଶୁକ୍ରବାର ଶ୍ରୀନଗର ସହର ଓ ଏହାର ଆଖପାଖ ଅଂଚଳରେ ଘନ କୁହୁଡି ଛାଇ ରହିଛି । କୁହୁଡି ଯୋଗୁ ଲୋକେ ଫ୍ଲାସ ଲାଇଟ ଳଗାଇ ଗାଡି ଚଳାଉଛନ୍ତି । ଜାନୁୟାରୀ 5ରୁ ଜମ୍ମୁକଶ୍ମୀରରେ ବରଫପାତ ଓ ବର୍ଷା ହେବାର ସମ୍ଭାବନା ରହିଛି ।
କଶ୍ମୀର ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଦକ୍ଷିଣ କଶ୍ମୀରର ସୋପିୟାଂ ଜିଲ୍ଲାରେ ଶୂନ୍ୟରୁ ତଳକୁ 8.5 ଡିଗ୍ରୀ ସେଲସିୟସ ସହିତ ସବୁଠୁ ଥଣ୍ଡା ସ୍ଥାନ ରହିଥିବା ବେଳେ ଅନନ୍ତନାଗରେ ଶୂନ୍ୟରୁ ତଳକୁ 7.7 ଡିଗ୍ରୀ ସେଲସିୟସ, ଲାର୍ନୁରେ ଶୂନ୍ୟରୁ ତଳକୁ 8.2 ଡିଗ୍ରୀ ସେଲସିୟନ, କୁଲଗାମରେ ଶୂନ୍ୟରୁ ତଳକୁ 6.8 ଡିଗ୍ରୀ ସେଲିସିୟସ ଓ ଖୁଦୱାନୀରେ ଶୂନ୍ୟରୁ ତଳକୁ 7.1 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।