ଭଞ୍ଜନଗର – ଆଜି ଉଭୟ ଭଞ୍ଜନଗର ଓ ଜଗନ୍ନାଥ ପ୍ରସାଦ ବ୍ଲକ ରେ ବିଜେଡି ର ଭୋଟର ସଂଖ୍ୟା କୁ 2 ଗୁଣା କରିବା ଉଦ୍ଦେଶ୍ୟ ରେ ସଦସ୍ୟ ସଂଗ୍ରହ କାର୍ଯ୍ୟକ୍ରମ ର ଆୟୋଜନ ହୋଇଥିଲା l ଏଥିରେ ସ୍ଥାନୀୟ ବିଧାୟକ ତଥା ଜଙ୍ଗଲ, ପରିବେଶ ଓ ସଂସଦିୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ ସାମନ୍ତ, ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଦେବ ଓ ସ୍ଥାନୀୟ ଅନ୍ୟାନ୍ୟ ନେତୃବୃନ୍ଦ ମଞ୍ଚାସିନ ଥିଲେ l କିଭଳି ଆଗାମୀ ଦିନରେ ଜନସାଧାରଣ ବିଜେଡି କୁ ଅଧିକ ସମର୍ଥନ ଜଣାଇ ରାଜ୍ୟରେ ଏକ ନମ୍ବର କରିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା କରି ଚାଲିଛନ୍ତି l ସେହି ଆଧାର ରେ ରାଜ୍ୟବାସି ନବୀନ ବାବୁଙ୍କୁ 5 ଥର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରିଛନ୍ତି l ଭଞ୍ଜନଗର ନିର୍ବାଚିତ ମଣ୍ଡଳୀ ରେ ମଧ୍ୟ ବିକାଶ ଧାରା କୁ ଗୁରୁତ୍ୱ ଦେଇ ଉଭୟେ ମନ୍ତ୍ରୀ ଓ ସାଂସଦ ଜନସାଧାରଣ ଙ୍କ ସୁଖ ଦୁଃଖରେ ସାମିଲ ହୋଇ ଉନ୍ନୟନମୂଳକ କାର୍ଯ୍ୟ କୁ ଆଗକୁ ବଢ଼ା ଇବେ ବୋଲି କହିଥିଲେ l ସେହିପରି ଏହି ନିର୍ବାଚନ ମଣ୍ଡଳୀ ରେ ଲଗାତାର 6 ଥର ବିଧାୟକ ହୋଇ ଶ୍ରୀ ଆରୁଖ ଚନ୍ଦ୍ରlୟନରେ ବିକ୍ରମ ସମଗ୍ର ପୃଥିବୀ କୁ ଦେଖିଲା ଭଳି ଏଠାରେ ରହି ସମସ୍ତଙ୍କୁ ଦେଖୁଛନ୍ତି ତେଣୁ ସମସ୍ତେ ବିଚଳିତ ନହୋଇ ରାଜ୍ୟସରକାର ଙ୍କୁ ସମର୍ଥନ ଦେବାପାଇଁ ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ l ଏହି କାର୍ଯ୍ୟକ୍ରମ ରେ ବହୁ ନେତୃବୃନ୍ଦ ଓ କର୍ମୀ ସାମିଲ ଥିଲେ l