ଇମ୍ଫାଲ– ଅଜୟ କୁମାର ଭଲ୍ଲା ଶୁକ୍ରବାର ମଣିପୁରର ୧୯ତମ ରାଜ୍ୟପାଳ ରୂପେ ଶପଥ ଗ୍ରହଣ କରିଛନ୍ତି । ଏହି ଶପଥ ଗ୍ରହଣ ସମାରୋହରେ ଭଲ୍ଲାଙ୍କୁ ମଣିପୁର, ଇମ୍ଫାଲର ଯବାନ ମାନେ ଗାର୍ଡ଼ ଅଫ ଅନର ଦେଇଛନ୍ତି । ରାଜଭବନରେ ଆୟୋଜିତ ଏହି ଶପଥଗ୍ରହଣ ସମାରୋହରେ ମଣିପୁର ହାଇକୋର୍ଟର ମୁଖ୍ୟ ବିଚାରପତି ଡି. କୃଷ୍ଣକୁମାର ଅଜୟ କୁମାର ଭଲ୍ଲାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହ, ବିଧାୟକ, ବରିଷ୍ଠ ଅଧିକାରୀ ଏବଂ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ, ଆସାମ-ମେଘାଳୟ କ୍ୟାଡ଼ରର ୧୯୮୪ ବ୍ୟାଚ୍ ର ଆଇଏଏସ ଅଧିକାରୀ ଶ୍ରୀ ଭଲ୍ଲା ପଞ୍ଜାବର ଜଳନ୍ଧର ଅଂଚଳର । ନିକଟରେ ସେ କେନ୍ଦ୍ର ଗୃହ ସଚିବ ପଦରୁ ଅବସରପ୍ରାପ୍ତ ହୋଇଛନ୍ତି । ଏବେ ସେ ମଣିପୁର ରାଜ୍ୟପାଳ ପଦ ସମ୍ଭାଳିବେ ।