ଚଣ୍ଡୀଗଡ଼– ପଞ୍ଜାବ ଜିଲ୍ଲାର ବଠିଂଡାରେ ଏକ ବସ୍ ଓ ତେଲ ଟ୍ୟାଙ୍କର ମଧ୍ୟରେ ଧକ୍କା ହେବା ଫଳରେ ୨୫ ଜଣ ଆହତ ହୋଇଛନ୍ତି । ଶୁକ୍ରବାର ସକାଳେ ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବଠିଂଡା ଏମ୍ସ ରେ ଭର୍ତି କରାଇଛି ।
ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଏକ ଘରୋଇ କମ୍ପାନୀର ବସ୍ ରାମା ମଣ୍ଡିରୁ ବଠିଂଡା ଅଭିମୁଖେ ଆସୁଥିଲା । ସକାଳେ ଯେତେବେଳେ ବସ୍ ଟି ବଠିଂଡା-ଡବବାଲି ରୋଡ ସ୍ଥିତ ଗୁରୁସର ଶୋନେବାଲା ନିକଟରେ ପହଂଚିଥିଲା । ସେତେବେଳେ ବିପରିତ ଦିଗରୁ ଆସୁଥିବା ତେଲ ଟ୍ୟାଙ୍କର ୟୁ-ଟର୍ଣ୍ଣ ନେଉଥିବା ସମୟରେ ଘନ କୁହୁଡ଼ି କାରଣରୁ ବସ୍ ଟି ସେଥିରେ ଧକ୍କା ଦେଇଥିଲା । କୁହାଯାଉଛି ଯେ, ଏହି ହାଇୱେରେ କାମ ଚାଲିଥିଲା, ତେଣୁ ଏକ ତରଫା ରୋଡ଼ ବନ୍ଦ ରଖାଯାଇଥିଲା । ଗୋଟିଏ ପାଶ୍ୱର୍ ରାସ୍ତାରେ ଦୁଇ ପାଶ୍ୱର୍ର ଗାଡିମୋଟର ଚାଲିଥିଲା ।
ଡିଏସପି ହିନା ଗୁପ୍ତା କହିଛନ୍ତି ଯେ, ଦୁର୍ଘଟଣାରେ ବସ୍ ରେ ଥିବା ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଦୁର୍ଘଟଣାରେ କ୍ଷତିଗ୍ରସ୍ତ ବାହାନକୁ ରାସ୍ତାରୁ ସାଇଡ୍ କରାଯିବା ସହ ଯାନବାହନ ଚଳାଚଳ ସ୍ୱାଭାବିକ୍ ହୋଇଛି ।
Related Stories
January 6, 2025