ଭୋପାଳ/ଧାର– ଭୋପାଳରୁ ୟୁନିୟନ କାର୍ବାଇଡ ଫ୍ୟାକ୍ଟ୍ରିରେ ଗତ 40 ବର୍ଷରୁ ପଡିରହିଥିବା 337 ଟନ ବିଷାକ୍ତ ଆବର୍ଜନାକୁ ନେଇ 12ଟି କଂଟେନର ଗୁରୁବାର ସକାଳେ ପିଥମପୁରର ରାମକୀ କଂପାନୀରେ ପହଂଚିଛି । ଏହାସହିତ ଆଜିଠାରୁ ବିଷାକ୍ତ ଆବର୍ଜନା ଜଳାଇବା ପ୍ରକ୍ରିୟା ବି ଆରମ୍ଭ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ପିଥମପୁର ବସଷ୍ଟାଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ଏବଂ ଆବର୍ଜନା ଜଳାଇବା ପ୍ରକ୍ରିୟା ବୈଜ୍ଞାନିକ ତରିକାରେ କରାଯାଉଛି ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଡ.ମୋହନ ଯାଦବ ପିଥମପୁରରେ ୟୁନିୟନ କାର୍ବାଇଡର ବିଷାକ୍ତ ଆବର୍ଜନା ଜଳାଯିବାକୁ ନେଇ ଗୁରୁବାର କହିଛନ୍ତି ଯେ, ରସାୟନିକ ଆବର୍ଜନାର ନିଷ୍ପାଦନ ବୈଜ୍ଞାନିକ ପ୍ରଣାଳୀରେ କରାଯାଉଛି । ଏଥିରେ ସମସ୍ତ ମାନକର ପାଳନ କରାଯାଉଛି ।