
ଭୁବନେଶ୍ୱର- ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ଘାଟିରେ ନିର୍ମାଣଧୀନ ଟର୍ମିନାଲ ଲିଙ୍କ୍ ବିଲ୍ଡିଂ ଭୁଶୁଡିପଡିବା ଘଟଣାରେ ରାଜ୍ୟ କଂଗ୍ରେସ ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯିବା ସହ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ଚାକିରୀ ଯୋଗାଇଦେବାକୁ ଦାବି କରାଯାଇଛି ।
ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ ରାଉତରାୟ କହିଛନ୍ତି ଯେ ଏତେ ବଡ କାମ ପାଇଁ ଦାୟିତ୍ୱହୀନତା କଣ ପାଇଁ , ଟେଣ୍ଡର କିଏ ନେଇଥିଲା ତାର ତଦନ୍ତ ହେଉ । କଂଟ୍ରାକ୍ଟରଙ୍କୁ ଧରାଯାଇ କଣ ପାଇଁ ନିମ୍ନମାନର କାମ ହେଉଥିଲା ପଚରାଯାଉ । କଣ ପାଇଁ ଭୁଶୁଡିଛି ତାର ସିବିଆଇ ତଦନ୍ତ କରାଯାଉ । ମୃତଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ସହ ଚାକିରୀ ଦିଆଯାଉ । ଆହତଙ୍କୁ ଚିକିତ୍ସା ସୁବିଧା ସହ ଚାକିରୀ ଦିଆଯାଉ ବୋଲି ଶ୍ରୀ ରାଉତରାୟ ଦାବି କରିଛନ୍ତି ।
ଦୋଷୀଙ୍କ ବିରୁଦ୍ଧରେ ପୁଙ୍ଖାନୁପୁଙ୍ଖ ତଥ୍ୟ ସଂଗ୍ରହ କରାଯାଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ କହିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO