ଭଦ୍ରକ– ବିଲରେ ଧାନ କାଟୁଥିବା ବେଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ଚାଷୀ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ମୃତ ଚାଷୀଙ୍କ ନାମ ପ୍ରମୋଦ ଦାଶ (୩୧) । ଏଥିସହ ୨ ଏକର ଜମିରେ ଧାନ ଫସଲ ପୋଡ଼ି ପାଉଁଶ ହୋଇଯାଇଛି । ଆଜି ପୂର୍ବାହ୍ନରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଏନଏସି ଅନ୍ତର୍ଗତ ବାଲିଗାଁ ନରସିଂହପୁର ୧୨ ନଂ ୱାର୍ଡ଼ ଅଂଚଳରେ ଏହି ଅଘଟଣ ଘଟିଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛି । ଅନ୍ୟପକ୍ଷରେ ଘଟଣାରେ ଉତ୍ୟେକ୍ତ ଲୋକେ କ୍ଷତିପୂରଣ ଦାବିରେ ଚାନ୍ଦବାଲି ସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତାରୋକ କରିଛନ୍ତି ।
Related Stories
January 13, 2025
January 13, 2025