ଭୁବନେଶ୍ୱର,କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଅନ୍ତର୍ଜାତୀୟ ଖାଦ୍ୟନୀତି ଅନୁସନ୍ଧାନ ପ୍ରତିଷ୍ଠାନ (IFPRI) ଓ CGIAR ଦ୍ଵାରା ପ୍ରଣିତ ଜାତୀୟ ନୀତି ଏବଂ ରଣନୀତି (NPS)ର ସହଯୋଗରେ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଛି l ଏହି ତାଲିମରେ ଏସଆଇଟିଇ ଭୁବନେଶ୍ବର ଓ କୃଷକ ଉତ୍ପାଦକ ସଂଘ (FPO)ର ସଦସ୍ୟବୃନ୍ଦ ପ୍ରଶିକ୍ଷିତ ହୋଇଥିଲେ l
କୃଷି କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ବାନର ମୁକାବିଲା କରିବାରେ କୃଷକ ଉତ୍ପାଦକ ସଂଘ (FPO)ର ଅବଦାନ ଗୁରୁତ୍ବପୂର୍ଣ୍ଣ l କୃଷକଙ୍କ ଜୀବିକା ନିର୍ବାହରେ ଉନ୍ନତି ଆଣିବା, ବଜାର ସୁବିଧାକୁ ସୁଗମ କରିବା ଏବଂ ନୂତନତ୍ଵ ଆଣିବାରେ କୃଷକ ଉତ୍ପାଦକ ସଂଘ ଗୁଡିକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି l ଏହି ପ୍ରଶିକ୍ଷଣ କୃଷକ ଉତ୍ପାଦକ ସଂଘ ଗୁଡିକର ଦୀର୍ଘମିଆଦି କାର୍ଯ୍ୟକୁ ପ୍ରୋତ୍ସାହିତ କରିବ l
ଏହି ପ୍ରଶିକ୍ଷଣ ୧୨ ଡିସେମ୍ବରରୁ ତିନୋଟି ବ୍ୟାଚରେ ଆରମ୍ଭ ହୋଇଥିଲା l ପ୍ରଥମ ବ୍ୟାଚ ଡିସେମ୍ବର ୧୨ ରୁ ୧୩, ଦ୍ଵିତୀୟ ବ୍ୟାଚ ୧୪ ରୁ ୧୫ ଏବଂ ତୃତୀୟ ବ୍ୟାଚ ୨୨ ରୁ ୨୩ ରେ କରାଯାଇଥିଲା, ଯେଉଁଥିରେ ୩୦ ଗୋଟି ଜିଲ୍ଲାରୁ ୧୨୦ରୁ ଅଧିକ ଅଂଶଗ୍ରହଣ କରିଥିଲେ l ପ୍ରତ୍ୟେକ ବ୍ୟାଚରେ ୪୦ ପ୍ରତିଶତ ମହିଳା ଅଂଶଗ୍ରହଣକାରୀ ଥିଲେ l ଆଇଏଫପିଆରଆଈ ପକ୍ଷରୁ ଡ଼ ଦେବେଶ ରାୟ, ଡ଼ ମମତା ପ୍ରଧାନ, ସୁନିଲ ସରୋଜ, ଅମିତ ବର୍ମା, ଦେବେନ୍ଦ୍ର କୁମାର ଓ ବନ୍ଦନା ବିଧାନୀ ପ୍ରମୁଖ ପ୍ରଶିକ୍ଷଣରେ ସହାୟତା କରିଥିଲେ l
ସାଙ୍ଗଠନିକ ବ୍ୟବସ୍ଥା, ମାର୍କେଟିଂ ଚାନେଲ, ବ୍ରାଣ୍ଡିଂ, ସାର୍ଟିଫିକେଟ ପ୍ରଦାନଏବଂ ଆର୍ଥିକ ପରିଚାଳନା ଭଳି ବିଷୟରେ ରହିଥିବା ଚ୍ୟାଲେଞ୍ଜଗୁଡିକୁ ପ୍ରତିହତ କରି ଏଫପିଓକୁ ସଶକ୍ତ କରିବା ଏହି ପ୍ରଶିକ୍ଷଣର ଲକ୍ଷ୍ୟ ରହିଛି l ଆଇଏଫପିଆରଆଇ ର ବରିଷ୍ଠ ଗବେଷକ ଡ଼ ଦେବେଶ ରାୟ କହିଥିଲେ ଯେ, ଓଡ଼ିଶା କୃଷକ ଉତ୍ପାଦକ ସଂଘ ଗୁଡ଼ିକ ଏସିଆନ ଦେଶର କାର୍ଯ୍ୟାବଳୀରୁ ପ୍ରେରଣା ପାଇବା ଉଚିତ ଏବଂ ଔଦୋଗିକ ସଂସ୍ଥାଙ୍କ ଭଳି କାର୍ଯ୍ୟକରିବା ଆବଶ୍ୟକ l ପ୍ରତ୍ଯେକ ସଦସ୍ୟଙ୍କ ଦକ୍ଷତା ଅନୁଯାୟୀ ସେମାନଙ୍କୁ ଦାୟିତ୍ଵ ନ୍ୟସ୍ତ କରିବା ଉପରେ ଧ୍ୟାନ ଦେବା ଜରୁରୀ l
ପ୍ରଶିକ୍ଷଣରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ଶୁଭ୍ରାଂଶୁ ମିଶ୍ର, ଉପନିର୍ଦ୍ଦେଶକ ଡ଼ ସଂଗ୍ରାମ କେଶରୀ ପଟ୍ଟନାୟକ, ଡ଼ ନଗେନ୍ଦ୍ର ମଲ୍ଲିକ, ଶ୍ରୀ ପୂର୍ଣ୍ଣଚରଣ ସା, ଡ଼ ମମତା ପ୍ରଧାନ ପ୍ରମୁଖ ଅଂଶଗ୍ରହଣକାରୀଙ୍କ ସମସ୍ଯା ବିଷୟରେ ଅବଗତ ହୋଇଥିଲେ l
Related Stories
December 26, 2024