ଜୟପୁର– କୋରାପୁଟିଆ କଳା ଓ କଳାକାର ଗ୍ରୁପ ର ଆବାହନ କ୍ରମେ ଆସନ୍ତା ପୁଷପୁନି ମହୋତ୍ସବ ୨୦୨୫ ର ଆୟୋଜନ ପାଇଁ ଜୟପୁରର କଳାକାରଙ୍କ ତରଫରୁ ସ୍ଥାନୀୟ ଗୀତାଞ୍ଜଳି କଲ୍ୟାଣ ମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l ଆସନ୍ତା ୨୦୨୫ ଜାନୁୟାରୀ ୧୩ ତାରିଖରୁ ୨୦ ତାରିଖ ପୁଷପୁନି ମହୋତ୍ସବ କରାଯିବ l ପ୍ରଥମ ଦିବସରେ କଳାକାର ତଥା ସାଧାରଣ ଜନତା ବିଭିନ୍ନ ବେଶ ହୋଇ ଶୋଭାଯାତ୍ରାରେ ବାହାରିବେ l ୧୪ ତାରିଖ ରୁ ୨୦ ତାରିଖ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏ ବର୍ଷ ପ୍ରଖ୍ୟାତ ଗାୟିକା ଅସୀମା ପଣ୍ଡା, ଚଳଚ୍ଚିତ୍ର ନାୟିକା ତଥା କଣ୍ଠଶିଳ୍ପୀ ଅନୁରାଧା ପାଣିଗ୍ରାହୀ, ତେଲୁଗୁ ଚଳଚ୍ଚିତ୍ର ର ଗାୟକ ଗାୟିକା ଏବଂ ଓଡ଼ିଆ ଚଳଚିତ୍ର ଅଭିନେତା ଅଭିନେତ୍ରୀ ମାନେ ଆସିବାର କାର୍ଯ୍ୟକ୍ରମ ରହିଛି l ଏଥିସହ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାର, ନୃତ୍ୟ ଗୀତର କାର୍ଯ୍ୟକ୍ରମ ରହିବ l ପୌରାଣିକ ବେଶ ପ୍ରତିଯୋଗୀତା, ଆଦିବାସୀ ବେଶ ପ୍ରତିଯୋଗୀତା ସହ ଜୟପୁର ର ବିଭିନ୍ନ ନାଟ୍ୟଦଳ ମାନଙ୍କ ଦ୍ୱାରା ନାଟକ ପରିବେଷଣ ହେବ l କୋରାପୁଟିଆ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗୀତା ଅନୁଷ୍ଠିତ ହେବ l ଏଇ ବର୍ଷ ପ୍ରଥମ ଥର ପାଇଁ କବିତା ପାଠ କରାଯିବା ପାଇଁ ସ୍ଥିର କରାଯାଉଛି l ଏହା ସହିତ ମୀନା ବଜାର, ଖାଦ୍ୟ ଷ୍ଟଲ, ପଲ୍ଲିଶ୍ରୀ ମେଳା ତଥା ଅନେକ ଦୋକାନ ବଜାର କରାଯିବ l ଏହି ବୈଠକ ଶ୍ରୀଧିରେନ ମୋହନ ପଟନାୟକ ଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିଲା l
ଏଥିରେ ଜୟନ୍ତ ସାମନ୍ତ୍ରା, ରବି ପାତ୍ର, ମନୋଜ ପାତ୍ର, ଜୟନ୍ତ ପଟନାୟକ, ଗୋପାଳ ସାମନ୍ତରାୟ, ସନ୍ତୋଷ ଦାସ, ରାମନାଥ ତ୍ରିପାଠୀ, ସିଦ୍ଧାର୍ଥ ପାତ୍ର, ଶ୍ରୀକାନ୍ତ ଦାସ, ଜିତୁ ମିଶ୍ର, ମହମ୍ମଦ ସରିଫ, ନିଶାନ ପଟନାୟକ, ଜୟନ୍ତ ଦାସ, ପଦ୍ମିନୀ ସାମନ୍ତରା, ଟୁଇଁଙ୍କେଲ ମିଶ୍ର, ନିରଞ୍ଜନ ପାଣିଗ୍ରାହୀ, ପୀୟୂଷ ପଟନାୟକ, ଗୀତୁ ମିଶ୍ର, ମଧୁସ୍ମିତା ମିଶ୍ର, ସାବିତ୍ରୀ ବେହେରା, ଆରକୁଲୁ ଶ୍ରୀନୁ, ସ୍ଵର୍ଣ୍ଣଲତା ପଣ୍ଡା, ଶୁକ୍ଲା ଦେବନାଥ, ରବି ନାୟକ, ରାଜେନ୍ଦ୍ର ଗୌଡ଼,ଗୋପାଲ ପଟନାୟକ, ଏମ ଡ଼ି ବବଲୁ, ଗୁପ୍ତେଶ୍ୱର ପାଣିଗ୍ରାହୀ, ବୁଲୁ ଷଡ଼ଙ୍ଗୀ, ହେମନ୍ତ ମିଶ୍ର, କମଳା କାନ୍ତ ରଥ, ସମୀର ପଟନାୟକ, ଅଶୋକ ଜେନା, କିଶୋର ମିଶ୍ର, ସନାତନ ପୁରୋହିତ, ଲିଟି ନାୟକ, ଉମାକାନ୍ତ ମହାରଣା, ଜି. ମହେଶ, ମୁରଲୀ ପଟନାୟକ, ରାଜା କେଲାଡି, ରଂଜିତ ପଟନାୟକ, ଅଶୋକ ପାଢ଼ୀ, ଗୋପୀନାଥ ମହାନ୍ତି, ବିଷ୍ଣୁ ବର୍ଦ୍ଧନ ରେଡ଼ୀ, ରଂଜିତ ପାଢ଼ୀ, ନିହାର ପଟନାୟକ, ସିମାଞ୍ଚଳ ପଟନାୟକ, ବିପିନ ମହାରଣା, ଶିଶିର ଦାସ, ଧନ ହରିଜନ, ବିନି ବାସନ୍ତି ଜେନା, ପ୍ରକାଶ ଆଲଫା, ବିନୋଦ ପଟନାୟକ, ଗୋପାଳ ସାହୁ, କୃଷ୍ଣ କେଶବ ଷଡ଼ଙ୍ଗୀ, ଦୀନେଶ ମିଶ୍ର, ବିଜୟ ପଣ୍ଡା, ସୁରେଶ ହୋତା, ସତ୍ୟ ମିଶ୍ର, ପିଙ୍କୁ ମହାପାତ୍ର, ଦେବେନ୍ଦ୍ର ଜେନା, ପ୍ରଜ୍ଞା ପଣ୍ଡା, ଅସ୍ମିତା ଷଡ଼ଙ୍ଗୀ, ଶ୍ରୀୟା ପଟନାୟକ, ଅପର୍ଣ୍ଣା ସାହୁ, ମୋନିକା ପଟନାୟକ, ସୁମନ ଚାନ୍ଦ, କୃଷ୍ଣ ଦାସ, ଜବାହାର ଜେନା, ସୃତି ପଟନାୟକ, ପୁଷ୍ପାଞ୍ଜଳି ରଥ, ପ୍ରତିଭା ପଟନାୟକ, ରିତାଞ୍ଜଳି ଡାକୁଆ, ତ୍ରିଶା ବେହେରା, ଚନ୍ଦ୍ରକାନ୍ତ ସୁତାର, ଭରତ ରଥ, ପର୍ଶୁ ପରିଡ଼ା, ଅବିନାଶ ସାନ୍ତ୍ରାପାତ୍ର, ଚନ୍ଦ୍ର ସିଂରିବି, ସରୋଜ ଦାସ, କିଶୋର ରାୟ ସମେତ ଅନେକ କଳାକାର ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଆସନ୍ତା ୨୬ ତାରିଖରେ ପୁଷପୁନି ମହୋତ୍ସବର ପୋଷ୍ଟର ଉନ୍ମୋଚନ କରାଯିବ l