ଶ୍ରୀନଗର– କଶ୍ମୀରର ଉଚ୍ଚ ଅଂଚଳରେ ମଙ୍ଗଳବାର ତାଜା ବରଫପାତ ହୋଇଛି, ଫଳରେ ଘାଟିରେ ଶୀତଲହର ସ୍ଥିତି ସୃଷ୍ଟି ହୋଇଛି । କାଲି ରାତିରେ ସୋନମାର୍ଗର ପର୍ଯ୍ୟଟନସ୍ଥଳୀ ଓ ଘାଟିର ଉଚ୍ଚ ଇଲାକା ଓ ଅନ୍ୟ କିଛି ସ୍ଥାନରେ ହାଲୁକା ବରଫପାତ ହୋଇଛି । ବରଫପାତ ଓ ସର୍ବନିମ୍ନ ତାପମାତ୍ର ହିମାଙ୍କ ବିନ୍ଦୁରୁ ଅନେକ ତଳକୁ ଖସିବା କାରଣରୁ ପାଣି ଲାଇନ ଜମିଯାଇଛି ଏବଂ ଅନେକ ଜଳ ଯୋଗାଣ ଉପରେ ବରଫର ପତଳା ପରସ୍ତ ଜବିଛି । କଶ୍ମୀରରେ ଭୀଷଣ ଥଣ୍ଡା ପଡୁଛି ଏବଂ ଦିନ ଓ ରାତିର ତାପମାତ୍ରା ସାମାନ୍ୟରୁ ଅନେକ ଡିଗ୍ରୀ ତଳେ ରହିଛି । ଡିସେମ୍ବର 26 ଯାଏ ଏଭଳି ସ୍ଥିତି ଜାରି ରହିବ ଓ ଶୀତଲହର ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଡିସେମ୍ବର 27 ଓ 28ରେ ଚିନାବ ଓ ପୀରପଂଜାଲ ପର୍ବତମାଳାର ଉଚ୍ଚ ଇଲାକାରେ ହାଲୁକା ବରଫପାତ ନେଇ ଅନୁମାନ କରିଛି ପାଣିପାଗ ବିଭାଗ ।
Related Stories
December 23, 2024