ଭୁବନେଶ୍ୱର– ପ୍ରୋଟେକ୍ସନ୍ , ପେନସନ, ଏବଂ ଆକ୍ରେଡେସନ ଦାବିରେ ଓଡ଼ିଶା ସାମ୍ବାଦିକ ୟୁନିଅନ୍ ବା ଓୟୁଜେର 53ତମ ପ୍ରତିଷ୍ଠା ଦିବସ ସମାରୋହ ଭୁବନେଶ୍ୱର ଜୟଦେବ ଭବନରେ ପାଳିତ ହୋଇଛି । ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଧାୟକ ବାବୁ ସିଂ ପ୍ରମୁଖ ଯୋଗ ଦେଇଥିଲେ । ସାମ୍ବାଦିକତା ଏକ ବୃତ୍ତି ନୁହେଁ ବରଂ ଏହାକୁ ଏକ ପ୍ରବୃତ୍ତି ଭାବି ସାମ୍ବାଦିକମାନେ କାମ କରିବା ଦରକାର ବୋଲି ଆଇନ୍ ମନ୍ତ୍ରୀ ସାମ୍ବାଦିକମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟପଟେ ନିକଟ ଭବିଷ୍ୟତରେ ଓଡ଼ିଶା ସରକାର ଗୋଟିଏ ସାମ୍ବାଦିକ ସୁରକ୍ଷା ଅଧିନିୟମ ଆଣନ୍ତୁ ଏବଂ ସେଥି ପାଇଁ ଯାହା ଆବଶ୍ୟକୀୟ ସେଥିପାଇଁ ମୁଁ ନିଜେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖାଲି ସେତିକି ନୁହେଁ ସାମ୍ବାଦିକମାନଙ୍କର ଅଧିକାର ସମେତ ସେମାନେ ନିଜ ଦାୟିତ୍ୱ ବିଷୟରେ ଜାଣିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ଆକ୍ରିଡେସନ ଏକ ନିରନ୍ତର ପ୍ରକ୍ରିୟା ହୋଇଥିବା ବେଳେ ପ୍ରତିବର୍ଷ ସେ ଦିଗରେ କିଭଳି କାମ ହେବ ସେନେଇ ନୂଆ ସରକାର ସଚେତନ ଅଛନ୍ତି ଏବଂ ତାହାକୁ ଗୁରୁତର ସହ ଗ୍ରହଣ କରାଯିବ । କେବଳ ସେତିକି ନୁହେଁ ଅଟଳ ପେନସନ ଯୋଜନା ଯଦି ସାଧାରଣ ଲୋକ ପାଇଁ ହେଇ ପାରୁଛି ତେବେ ସାମ୍ବାଦିକଙ୍କୁ କାହିଁକି ପେନସନ ନମିଳିବ ବୋଲି ଧର୍ମେନ୍ଦ୍ର ପ୍ରସନ୍ନ କରିବା ସହ କିଭଳି ସାମ୍ବାଦିକମାନଙ୍କ ପାଇଁ ପେନସନ ଲାଗୁ ହେବ ଆଉ ସେଥିରେ କଣ କାର୍ଯ୍ୟ କରାଯାଇ ପାରିବ ସେ ନେଇ ମୁଁ ରାଜ୍ୟ ସରକାରଙ୍କୁ ଜଣେଇବି ବୋଲି କେନ୍ଦ୍ରମନ୍ତ୍ରୀ ନିଜ ବକ୍ତବ୍ୟରେ ସୂଚନା ଦେଇଛନ୍ତି । ଏହା ସହ ଓଡ଼ିଶାର ସାମ୍ବାଦିକମାନଙ୍କୁ ଧନ୍ୟବାଦ ଦେବ ସହ ମୁଁ ସାମ୍ବାଦିକମନଙ୍କ ପାଖେ କୃତଜ୍ଞ ବୋଲି ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ଏହି ଅବସରରେ କିଛି ଯୁବ ସାମ୍ବାଦିକଙ୍କ ସମେତ ଅନେକ ଜିଲ୍ଲାରୁ ଆସିଥିବା ସାମ୍ୱାଦିକଙ୍କୁ ସମ୍ମାନିତ କରାଯାଇଥିଲା ।
Related Stories
December 22, 2024