ରାଜଗାଙ୍ଗପୁର। ନାମ ଦୟାନିଧି ଦହିମା। ଏବେ ଚର୍ଚ୍ଚାରେ ସେ ତାଙ୍କ ଦ୍ୱାରା ନିର୍ମିତ ପ୍ରଥମ ସର୍ଟଫିଲ୍ମ ‘ନବାବ୍’ ରହିଛି ସମ୍ମାନଜନକ ଫିଲ୍ମଫେୟାର୍ ଅାଓ୍ୱାର୍ଡ଼ ୨୦୨୦ର ସର୍ଟଲିଷ୍ଟ୍ ତାଲିକାରେ। ସର୍ଟଲିଷ୍ଟ୍ ତାଲିକାରେ ମୋଟ ୩୫ଟି ଫିଲ୍ମ ମନୋନୀତ ହୋଇଥିବା ବେଳେ ‘ନବାବ୍’ ତନ୍ମଧ୍ୟରୁ ଅନ୍ୟତମ।
ଅାଡ଼୍ ଫିଲ୍ମ ଜଗତରେ ପ୍ରତିଷ୍ଠା ଅର୍ଜନ କରିଥିବା ଦୟାନିଧି ‘ଦୟା ଏଣ୍ଟରଟେନମେଣ୍ଟ୍’ର ପ୍ରତିଷ୍ଠାତା। ଦୟା ଏଣ୍ଟରଟେନମେଣ୍ଟ୍ ସହଭାଗିତାରେ ବିଗ୍ ବ୍ୟାନର୍ ଫିଲ୍ମସ୍ ପ୍ରଯୋଜିତ ‘ନବାବ୍’ ଏକ କ୍ଷୁଦ୍ର ଚଳଚ୍ଚିତ୍ର ହୋଇ ମଧ୍ୟ ‘ଫିଲ୍ମଫେୟାର ସର୍ଟଫିଲ୍ମ
ଅାଓ୍ୱାର୍ଡ଼-୨୦୨୦’ର ସର୍ଟଲିଷ୍ଟ୍ ରେ ରହିବା ଦୟାନିଧିଙ୍କ ପାଇଁ ବଡ଼ ଅଭିଜ୍ଞତା ବୋଲି ସେ
କହନ୍ତି।
କ୍ଷୁଦ୍ର ଚଳଚ୍ଚିତ୍ର କାଟାଗୋରିରେ ୩୫ଟି ଫିଲ୍ମ ସର୍ଟଲିଷ୍ଟ୍ ହୋଇଥିବା ବେଳେ ତା ଭିତରୁ ଦୟା ଏଣ୍ଟରଟେନମେଣ୍ଟ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ‘ନବାବ୍’
ସ୍ଥାନ ପାଇଛି। ଏହି ଚଳଚ୍ଚିତ୍ରର ସୁଟିଂ ଓଡ଼ିଶାରେ ହୋଇଥିବା ବେଳେ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅାୟୁଷ୍ମାନ ଖୁରାନାଙ୍କ ସାନଭାଇ ଅପାରଶକ୍ତି ଖୁରାନା, ଗୀତିକା ବିଦ୍ୟା, ମାରିଅା ଗୋରେଟ୍ଟି, ମଲ୍ଲିକା ଦୁଅା ଓ ଜରିନା ଓ୍ୱାହାବ। ଏହାର କାହାଣୀ ଲେଖିବା ସହ ନିର୍ଦ୍ଦେଶନା ଦେଇଛନ୍ତି ମାନସୀ ଜୈନ। ସାଢ଼େ ୮ ମିନିଟ୍ ଅବଧି
ବିଶିଷ୍ଟ ଏହି କ୍ଷୁଦ୍ର ଚଳଚ୍ଚିତ୍ରର କାହାଣୀ ପତିପତ୍ନୀଙ୍କ ମଧ୍ୟରେ ଦାମ୍ପତ୍ୟ କଳହକୁ ନେଇ ଗତିଶୀଳ। ଶେଷରେ ପତିପତ୍ନୀଙ୍କ ମଧ୍ୟରେ ଅାରମ୍ଭ ହୋଇଥିବା କଳହକୁ ସେମାନଙ୍କ ପାଳିତ କୁକୁର ‘ନବାବ୍’ କିପରି ସମାଧାନ କରୁଛି, ତାହାକୁ ଅାଧାର କରି
ନିର୍ମିତ ହୋଇଛି ଏହି ଚଳଚ୍ଚିତ୍ର। ପୂର୍ବରୁ ଏହା ନେଟଫିଲ୍ମରେ ପ୍ରଦର୍ଶିତ ହୋଇ ବିପୁଳ ମାତ୍ରାରେ ଲୋକପ୍ରିୟ ହୋଇଥିଲା।
ଓଡ଼ିଶାର ରାଜଗାଙ୍ଗପୁର ଠାରେ ଜନ୍ମିତ ଦୟାନିଧି ଦହିମା ମୁମ୍ବାଇ ମାୟାନଗରୀରେ ଫିଲ୍ମ ନିର୍ମାଣର ଅାଶା ରଖି ପାଦ ଥାପିଥିଲେ। ତାପରେ ସେ ପୁନା ସ୍ଥିତ ଫିଲ୍ମ ଇନଷ୍ଟିଚ୍ୟୁଟ୍ ରୁ ଫିଲ୍ମ ନିର୍ମାଣ ଉପରେ ଲିକ୍ଷାଲାଭ କରି ଓଡ଼ିଶାରେ ଅାରମ୍ଭ କଲେ ଅାଡ଼୍ ଫିଲ୍ମ ନିର୍ମାଣ। ମୁମ୍ବାଈରେ ସେ ମଧ୍ୟ ସେଲେବ୍ରିଟି ମ୍ୟାନେଜମେଣ୍ଟ୍ ବିଜିନେସ୍ ଅାରମ୍ଭ କରିଥିଲେ। ଏବେ ସେ ନିଜର ପ୍ରଯୋଜନା ସଂସ୍ଥା ଦୟା ଏଣ୍ଟରଟେନମେଣ୍ଟ୍ କୁ ଭୁବନେଶ୍ୱର ଉଠାଇ ଅାଣିଛନ୍ତି। ନିଜ ଫିଲ୍ମକୁ ନେଇ ଏହି ଖୁସି ଖବର ମିଳିବା ପରେ ସେ କହିଛନ୍ତି, “ମୋ ସ୍ବପ୍ନ ଆଜି ସାକାର ହୋଇଛି।”