
ଭୁବନେଶ୍ୱର– କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅମର ବିପ୍ଲବୀ ପଣ୍ଡିତ ରାମ ପ୍ରସାଦ ବିସ୍ମିଲ, ଅଶଫାକ ଉଲ୍ଲା ଖାନ୍ ଏବଂ ଠାକୁର ରୋଶନ ସିଂହଙ୍କ ବଳିଦାନ ଦିବସରେ ତାଙ୍କୁ ନମନ କରିଛନ୍ତି।
ଶ୍ରୀ ପ୍ରଧାନ ସୋଶିଆଲ ମିଡିଆରେ ଲେଖିଛନ୍ତି ଯେ, ଅମର କ୍ରାନ୍ତିକାରୀ ପଣ୍ଡିତ ରାମ ପ୍ରସାଦ ବିସ୍ମିଲ, ଅଶଫାକ ଉଲ୍ଲା ଖାନ୍ ଏବଂ ଠାକୁର ରୋଶନ ସିଂହଙ୍କ ବଳିଦାନ ଦିବସରେ ତାଙ୍କୁ କୋଟିଶଃ ନମନ। ଭାରତ ମାତାର ଏହି ବୀରମାନେ କାକୋରୀ ଟ୍ରେନ୍ ଏକ୍ସନ୍ ଦ୍ୱାରା ଇଂରେଜ ଶାସନର ନିଦ ହଜାଇ ଦେଇଥିଲେ। ସେମାନଙ୍କର ତେଜସ୍ବୀ ଚିନ୍ତାଧାରା ଏବଂ ବଳିଦାନ ଯୁବମାନଙ୍କୁ ସ୍ୱାଧୀନତା ସଂଗ୍ରାମର ସହିତ ଯୋଡ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବାହ କରିଥିଲା। ସେମାନଙ୍କ ଅଦମ୍ୟ ସାହସ ଏବଂ ଜାତିପ୍ରେମ ପ୍ରତ୍ୟେକ ଯୁଗରେ ଭାରତବାସୀଙ୍କୁ ପ୍ରେରଣା ଦେଉଥିବ ।