ଭୁବନେଶ୍ୱର– ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି । ଓଡ଼ିଶାର ବରପୁତ୍ର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଆଜି ସକାଳ 8.30 ମିନିଟ୍ ସମୟରେ ପାୱାର ହାଉସ ଛକ ଭୁବନେଶ୍ବରସ୍ଥିତ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ, ଗଣେଶ ରାମ ସିଂଖୁଣ୍ଟିଆ, ବିଭାଗୀୟ ଉପ ନିର୍ଦ୍ଦେଶକ, ସୁଚେତା ପ୍ରିୟଦର୍ଶିନୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଭୁବନେଶ୍ବର, ଲକ୍ଷ୍ମଣ ବେହେରା, ବିଭାଗର ଅନ୍ୟାନ୍ୟ ଅଧିକାରୀ, କର୍ମଚାରୀ, ମୟୂରଭଞ୍ଜ ସାଂସ୍କୃତିକ ସଂସଦର ସାଧାରଣ ସମ୍ପାଦକ ଡ଼ଃ ରଜନୀକାନ୍ତ ବିଶ୍ଵାଳ ତଥା ସଂସଦର ଅନ୍ୟାନ୍ୟ କର୍ମକର୍ତ୍ତା ଓ ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ ।