ପରିଦର୍ଶନ ସମୟରେ ସେମାନେ ବିଧାନସଭାର ଗ୍ରନ୍ଥାଗାର, ବିଧାନସଭା ଗୃହ, ବିଧାନସଭା ପରିସରସ୍ଥ ଉଦ୍ୟାନ ଆଦି ବୁଲି ଦେଖିଥିଲେ ଏବଂ ବିଧାନସଭାର ବିଧିବ୍ୟବସ୍ଥା ଓ ଗୃହ ପରିଚାଳନା ସଂପର୍କରେ ମଧ୍ୟ ଅବଗତ ହୋଇଥିଲେ । ଏହି ଦଳରେ ପ୍ରଥମରୁ ଦଶମ ଶ୍ରେଣୀରେ ପଠନରତ ପ୍ରାୟ ୪୩ଜଣ ଛାତ୍ରଛାତ୍ରୀ ସାମିଲ ଥିଲେ । ଅନାଥାଶ୍ରମର କର୍ମଚାରୀ ଇସ୍ମାଇଲ୍ ମାଝୀ, ସିଆନ୍ ମାଝୀ, ଜୁଏଲ୍ ଶବରଙ୍କ ତତ୍ୱାବଧାନରେ ଏହି ଛାତ୍ରଛାତ୍ରୀମାନେ ବିଧାନସଭା ବୁଲି ଦେଖିଥିଲେ ।
ଏହି ପରିଦର୍ଶନ ସମୟରେ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଦଳାୟି ଏବଂ ମାର୍ଶାଲ୍ ଦେବାଶିଷ ପ୍ରଧାନଙ୍କ ସମେତ ବିଧାନସଭାର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।