
ଭଞ୍ଜନଗର- ଭଞ୍ଜନଗର ଠାରେ ଆୟୋଜିତ ଉପଖଣ୍ଡ ସ୍ତରୀୟ ରାଜସ୍ବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ୮ଟି ତହସିଲ ଓ ଉପ ଜିଲ୍ଲାପାଳ ଏକାଦଶ କୁ ନେଇ ଗତ ରବିବାର ଲିଗ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଆଜି ଅନୁଷ୍ଠିତ ଫାଇନାଲ୍ ମ୍ୟାଚରେ ବୁଗୁଡା ଦଳ ଭଞ୍ଜନଗର କୁ ମାତ୍ର ୧ରନ ରେ ପରାସ୍ତ କରି ବିଜୟୀ ହୋଇଛି। ବୁଗୁଡା ଦଳ ୧୨ଓଭର ଖେଳି ୯୫ରନ୍ ସଂଗ୍ରହ କରି ଥିବା ବେଳେ ଭଞ୍ଜନଗର କେବଳ ୯୪ରନ କରିବାରେ ସମର୍ଥ ହୋଇଥିଲା। ଉଭୟ ଦଳ ସଂଘର୍ଷପୂର୍ଣ ଖେଳ ପ୍ରଦର୍ଶନ କରି ସମସ୍ତଙ୍କ ମନୋରଞ୍ଜନ କରିଥିଲେ। ଏଥିରେ ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କ ସମେତ ମୁଖ୍ୟ ଅତିଥି ରୂପେ ଏସ ଡ଼ି ପି ଓ ଶୁଭ୍ରାଂଶୁ ଶେଖର ମିଶ୍ର, ସମ୍ମାନିତ ଅତିଥି ରୂପେ ଆର ଟି ଓ ଶୁଭେନ୍ଦୁ ରାୟ, କଲେଜ ଅଧ୍ୟକ୍ଷ ଡ଼. ନିଳାଞ୍ଚଳ ମୁନୀ, ନିର୍ବାହୀ ଯନ୍ତ୍ରୀ ରମେଶ ପ୍ରସାଦ ସ୍ୱାଇଁ, ଆଇ ଆଇ ସି ସୁଦୀପ୍ତ କୁମାର ସାହୁ ଉପସ୍ଥିତ ରହି ବିଜୟୀ ଦଳକୁ, ରନର୍ସ ଦଳକୁ ଓ ଶ୍ରେଷ୍ଠ ଖେଳାଳୀ ମାନଙ୍କୁ ଟ୍ରଫି ଦେଇ ପୁରସ୍କୃତ କରିଥିଲେ। ଏଥିରେ ସମସ୍ତ ତହସିଲଦାର, କର୍ମଚାରୀ, ଓ ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO