ଭୁବନେଶ୍ୱର– ଆଗାମୀ ଦୁଇଦିନ ପାଇଁ କେତେକ ଜିଲ୍ଲାରେ କୋହଲା ଥଣ୍ଡାପବନ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । କୋହଲା ଥଣ୍ଡାପବନ ବହିବା ନେଇ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାକୁ ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ଚେତାବନୀ ରହିଛି । ସେହିପରି ୧୬ ତାରିଖ ସକାଳ ଠାରୁ ୧୭ ତାରିଖ ସକାଳ ପର୍ଯ୍ୟନ୍ତ କୋହଲା ଥଣ୍ଡାପବନ ନେଇ ଝାରସୁଗୁଡ଼ା, ସୁନ୍ଦରଗଡ଼ଏବଂ ଅନୁଗୁଳ ଜିଲ୍ଲାକୁ ଚେତାବନୀ ଜାରି ହୋଇଛି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
Related Stories
January 13, 2025
January 13, 2025