ରାଉରକେଲା– ସୁନ୍ଦରଗଡ଼ ଜିଲ୍ଲା, ଏକଦା ଶିଳ୍ପ ଲାଗି ଅନେକ ସୁନାମ ଅର୍ଜନ କରିଛି, ଷ୍ଟିଲ ସିଟି ଭାବେ ପରିଚିତ, ହେଲେ ଏଠାରେ ଥିବା ଜିଲ୍ଲା ଶିଳ୍ପ କେନ୍ଦ୍ର ଡିଆଇସି ଅଫିସ ଏକ ପ୍ରକାର ଖାଲି ପଡିଛି କହିଲେ ଅତ୍ୟୁକ୍ତି ହେବନାହିଁ । ଏହି ଜିଲ୍ଲାରେ ଶିଳ୍ପ ସଂଖ୍ୟା ପ୍ରାୟ ୫ ହଜାରରୁ ଅଧିକ ହୋଇଥିଲେ ବି କର୍ମଚାରୀ ଓ ଅଧିକାରୀଙ୍କ ସଂଖ୍ୟା ୨୮ ଜାଗାରେ ୭ ରହିଛି । ଏହି ଅଫିସ ଦ୍ୱାରା ବ୍ଲକ ସହରରେ ଥିବା କଳକାରଖାନା ଗୁଡିକ ସରକାରୀ ସହାୟତା ପାଇବା ସହ ନିୟନ୍ତ୍ରଣ ମଧ୍ୟ ହୋଇଥାନ୍ତି, ଆଗରୁ ରାଜ୍ୟ ସରକାରଙ୍କର ବିଭିନ୍ନ ପ୍ରକଳ୍ପ ଥିଲା, ଏବେ ରାଜ୍ୟ ଓ କେନ୍ଦ୍ର ସରକାର ବର୍ତମାନ ଅନେକ ଯୋଜନା କରୁଛନ୍ତି ଫଳରେ ଏହି ଅଫିସ ଉପରେ ଯୁବକ ଯୁବତୀ ଅଧିକ ନିର୍ଭର କରିଥାନ୍ତି ହେଲେ ସେମାନଙ୍କୁ ସାହାଯ୍ୟ କରିବା ସଂଖ୍ୟା କର୍ମଚାରୀ ଅଧିକାରୀଙ୍କ ସଂଖ୍ୟା ଏଇଆ ।
ଖବରରୁ ଜଣାପଡିଛି ଯେ, ଏହି କାର୍ଯ୍ୟାଳୟ ର ସରକାରୀ ଭାବେ କର୍ମଚାରୀ ଓ ଅଧିକାରୀଙ୍କ ସଂଖ୍ୟା ୨୮ ରହିବା କଥା, ହେଲେ ବିଗତ ବର୍ଷ ଗୁଡିକରେ ଅବସର ହୋଇ ୨୧ ପଦବୀ ଖାଲି ପଡିଛି । ଏଠାରେ ଜେନେରାଲ ମ୍ୟାନେଜର ଠାରୁ ଆରମ୍ଭ କରି ଜୁନିଅର ଷ୍ଟେନୋ, ସିନିଅର ଷ୍ଟେନୋ, ସିନିଅର ଷ୍ଟେନୋ ଡେପୁଟି ମ୍ୟାନେଜର ସମେତ ୫ ଏଆଇଓ ପଦବୀ ସମେତ ୨୧ ପଦବୀ ଖାଲି ପଡିଛି । ରାଉରକେଲା ସମେତ ଜିଲ୍ଲାରେ ଅନେକ ବିଧାୟକ ଗତ ୨୪ ବର୍ଷରେ ଆସିଲେ ଗଲେ, ହେଲେ କାହାର ନଜର ଏହା ଉପରେ ପଡିଲା ନାହିଁ । ଫଳରେ ସୁନ୍ଦରଗଡ଼ ଜିଲ୍ଲାର ଶିଳ୍ପାଚଂଳର ମୂଲ୍ୟବାନ ଜାଗା ଓ ସେଡ ଗୁଡିକ ବଣ ଜଙ୍ଗଲ ଓ ଅସାମାଜିକ ମାନଙ୍କ ଅଡ୍ଡା ସ୍ଥାନ ପାଲଟିବାରେ ଲାଗିଛି । କେହି କେହି ଏହା ଭିତରେ ଘର କରି ରହିଲେଣି କଳକାରଖାନା ଲାଗି ସରକାର ଠାରୁ ଜାଗା ନପାଇ ସରକାରୀ ଜାଗା ଜବରଦଖଲ ହେବାରେ ଲାଗିଛି । ଶିଳ୍ପ ନାମରେ, ଛେଣ୍ଡ କଲୋନୀରେ ଏଭଳି ଅନେକ ଜାଗା ଦାଖଲ ହୋଇଛି ଓ ହେବାରେ ମଧ୍ୟ ଲାଗିଛି । ଏଭଳି ଅବ୍ୟବସ୍ଥା ଅସଜଡ଼ା ବ୍ୟବସ୍ଥାକୁ ସଜାଡ଼ିବାକୁ ଏଠାରେ ଲୋକ ମଧ୍ୟ ନାହାନ୍ତି, ଏହାପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅନେକ ଯୋଜନା କେତେ ଆଗେଇଲା ସେ ନେଇ ବାରମ୍ବାର ଅଫିସ ବାଲାଙ୍କୁ ମଧ୍ୟ ତାଗିଦ୍ ପରେ ତାଗିଦ୍ ବଢି ଚାଲିଛି କିନ୍ତୁ ଏ ଅଫିସ ଦ୍ୱାରା ଲୋକେ ଯେତିକି ଫାଇଦା ପାଇବା କଥା ତାହା ମିଳିବା କମି ଯାଉଛି । ସଠିକ୍ ସମୟରେ ସବୁକାମ ହୋଇପାରୁନାହିଁ । ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି ।
Related Stories
December 29, 2024