ଭୁବନେଶ୍ୱର, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ସୋଆ ବିଶ୍ଵବିଦ୍ୟାଳୟ ପରିଚ଼ାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡ଼ିକାଲ ସାଇନ୍ସ ଏବଂ ସମ୍ ହସ୍ପିଟାଲ ର ଫିଜିଓଥେରାପି ବିଭାଗ ,ଇଣ୍ଡିଆନ୍ ଆସୋସିଏସନ୍ ଅଫ ଫିଜିଓଥେରାପିଷ୍ଟ (ଉତ୍କଳ ଶାଖା)ଏବଂ ଇଣ୍ଡିଆନ୍ ଆସୋସିଏସନ୍ ଅଫ ଫିଜିଓଥେରାପିଷ୍ଟ ଓମେନ୍ ସେଲ ପକ୍ଷରୁ ଅନୁଷ୍ଠିତ ପ୍ରଥମ ଆନ୍ତର୍ଜାତୀୟ ଫିଜିଓଥେରାପିଷ୍ଟ ସମ୍ମିଳନୀରେ ଯୋଗଦେଇଛନ୍ତି ।
ଏହି ଅବସରରେ ସେ ତାଙ୍କର ଅଭିଭାଷଣରେ କହିଥିଲେ ଯେ, ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଔଷଧ ବା ଅସ୍ତ୍ରୋପଚାର ଯେତିକି ଆବଶ୍ୟକ,ଫିଜିଓଥେରାପି ମଧ୍ୟ ସେତିକି ଆବଶ୍ୟକ ଓ ଜଟିଳ ସମସ୍ୟା ଥିବା ରୋଗୀଙ୍କୁ ସୁସ୍ଥ କରିବାରେ ସହାୟକ ହେଉଛି ଫିଜିଓଥେରାପି, ତତସହିତ ନ୍ୟୁରୋଲୋଜି ଓ ଅର୍ଥୋପେଡ଼ିକ୍ ଜନିତ ସମସ୍ୟା ଦୂର କରିବାରେ ଫିଜିଓଥେରାପି ହିଁ ଉତ୍ତମ ମାଧ୍ୟମ ଅଟେ।
ଏହି କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ଇଣ୍ଡିଆନ୍ ଆସୋସିଏସନ୍ ଅଫ ଫିଜିଓଥେରାପିର ଜାତୀୟ ସଭାପତି ଡ଼ଃ ସଞ୍ଜୀବ ଝା, ସମ୍ ହସପିଟାଲର ଫିଜିଓଥେରାପି ବିଭାଗ ର ମୁଖ୍ୟ ଡ଼ାଃ ସ୍ଥିତିପ୍ରଜ୍ଞା ଦଳବେହେରାଙ୍କ ସମେତ ଆସୋସିଏସନର କର୍ମକର୍ତ୍ତା ଗଣ ଓ ଫିଜିଓଥେରାପିଷ୍ଟ ମାନେ ଉପସ୍ଥିତ ଥିଲେ।