ନୂଆଦିଲ୍ଲୀ– ଜାତୀୟ ରାଜଧାନୀ ଦିଲ୍ଲୀରେ 30ରୁ ଅଧିକ ସ୍କୁଲକୁ ବୋମାରେ ଉଡାଇବାକୁ ପୁଣି ଧମକ ମିଳିବାର ଦିନକ ପରେ ଶନିବାର ପୁଣି ଦିଲ୍ଲୀର କିଛି ସ୍କୁଲକୁ ସେଭଳି ଧମକପୂର୍ଣ୍ଣ ଇମେଲ ମିଳିଛି । ଦିଲ୍ଲୀ ପୋଲିସ କହିଛି ଯେ, ଚଳିତ ସପ୍ତାହରେ ଏହା ତୃତୀୟ କଲ୍ ଅଟେ । ଆଜି ପୁଣି ଥରେ ଡିପିଏସ ଆରକେ ପୁରମ, ରେୟାନ ଇଂଟରନ୍ୟାସନାଲ ସ୍କୁଲ, ବସନ୍ତ କୁଂଜ ସହିତ 6ଟି ସ୍କୁଲକୁ ବୋମାରେ ଉଡାଇବାକୁ ଧମକପୂର୍ଣ୍ଣ ଇମେଲ ମିଳିଛି । ଆଜି ସକାଳ 6.12 ମିନିଟ ସମୟରେ ସ୍କୁଲଗୁଡିକ ଏକ ଗ୍ରୁପ ଇମେଲ ମିଳିଥିଲା । ପୋଲିସ କହିଛି ଯେ, ଆଜି ସକାଳ 6.12 ମିନିଟ ସମୟରେ ସ୍କୁଲକୁ ବୈରୀ ଆଲହା ନାମରେ ଏକ ଗ୍ରୁପ ମେଲ ମିଳିଛି । ଧମକ ପରେ ଦିଲ୍ଲୀ ପୋଲିସକୁ ସୂଚନା ଦିଆଯାଇଥିଲା । ସୂଚନା ପାଇଁ ଦିଲ୍ଲୀ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚିଥିଲେ । ଏବେ ଯାଏ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନି ।
Related Stories
December 26, 2024
December 26, 2024