ଚଣ୍ଡିଗଡ– ପଂଜାବର ଗୁରୁଦାସପୁର ଜିଲ୍ଲାରେ ଆତଙ୍କବାଦୀମାନେ ଗୁରୁବାର ବିଳମ୍ବିତ ରାତିରେ ହ୍ୟାଣ୍ଡ ଗ୍ରେନେଡ ମାଡ କରିଛନ୍ତି, ମାତ୍ର ସଂଯୋଗବଶତଃ ଗ୍ରେନେଡ ନଫାଟିବା କାରଣରୁ ବଡ ଅଘଟଣ ଟଳିଯାଇଛି । ପଂଜାବ ପୋଲିସ ଔପଚାରିକ ଭାବେ ଏସଂପର୍କରେ କିଛି କହିନଥିବା ବେଳେ ଖଲିସ୍ଥାନୀ ଆତଙ୍କବାଦୀ ସଙ୍ଗଠନ ବବର ଖାଲସ ଶୁକ୍ରବାର ସୋସିଆଲ ମିଡିଆରେ ଏହା ଉପରେ ପୋଷ୍ଟ କରିବା ପରେ ଘଟଣାର ଖୁଲାସା ହୋଇଛି । ଘଟଣା ପରେ ଏଡିଜିପି ଗୁରୁଦାସପୁରରେ ପହଂଚିଛନ୍ତି ।
ଏହାପୂର୍ବରୁ ଅମୃତସରରେ ନଭେମ୍ବର 23-24 ରାତିରେ ଅଜନାଲା ଥାନା ବାହାରେ ଆଇଇଡି ଖଂଜାଯାଇଥିଲା, କିନ୍ତୁ ଟେକ୍ନିକାଲ ଖରାପ କାରଣରୁ ଏହା ଫାଟିନଥିଲା ।