ଏହି ଦୁଇଜଣ ମହାନ୍ ବିପ୍ଳବୀଙ୍କ ଏକ ସ୍ମୃତିଚାରଣ ସଭାରେ ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଲେ ଏ ଦେଶରେ ଯେଉଁମାନେ ଭାରତବର୍ଷକୁ ବିଦେଶୀ ଶାସନରୁ ମୁକ୍ତ କରିବା ପାଇଁ ପରିବାରକୁ ପଛରେ ପକାଇ ଦେଶମାତୃକାର ସେବା କରିଥିଲେ, ସେମାନଙ୍କ ଭିତରେ ଅନ୍ୟତମ ଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ । ସେମାନଙ୍କ ଉଦେ୍ଧଶ୍ୟ କେବଳ ବି୍ରଟିଶ୍ ଶାସକକୁ ହଟେଇବାରେ ସୀମିତ ନଥିଲା । ମୁଖ୍ୟ ଉଦେ୍ଧଶ୍ୟ ଥିଲା ଏ ଦେଶକୁ ଶୋଷଣ ମୁକ୍ତ କରି ଜାତି, ଧର୍ମ, ସମ୍ପ୍ରଦାୟ, ଅନ୍ଧବିଶ୍ୱାସ ଓ କୁସଂସ୍କାରକୁ ଶେଷ କରି ଏକ ବିଭେଦ ଓ ବିଭ୍ରାନ୍ତିଶୂନ୍ୟ ସମାଜ ଗଠନ କରିବା ବୋଲି ସେ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କୋଷାଧ୍ୟକ୍ଷ ସଞ୍ଜୟ ନାୟକ, ରାଜ୍ୟ ଯୁବ ସଭାପତି ସୁବ୍ରତ ଲେଙ୍କା, ନାରୀ ନେତ୍ରୀ ରିତା ପଟ୍ଟନାୟକ, ଶରତ ବେହେରା, ବିଜୟ ବେହେରା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।