ଭୁବନେଶ୍ବର – ଆଜି ବିଶ୍ବ ମାନବ ଅଧିକାର ଦିବସ” ଅବସରରେ ଓଡିଶା ମାନବ ଅଧିକାର ଆୟୋଗ ପକ୍ଷରୁ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହେବ ।
ସ୍ଥାନୀୟ ଜୟଦେବ ଭବନ ପରିସରରେ ଆଜି ସନ୍ଧ୍ୟାରେ ଆୟୋଜିତ ହେବାକୁ ଥିବା ଏକ ବିଶେଷ କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟର ମୁଖ୍ୟ ନ୍ୟାୟାଧିଶ ଜଷ୍ଟିସ୍ ଶ୍ରୀ ଚକ୍ରଧାରୀ ଶରଣ ସିଂ, ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ ଜଷ୍ଟିସ୍ ଶ୍ରୀ ଶତୃଘନ ପୁଜାହାରୀ, ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ, ମାନବ ଅଧିକାର ଆୟୋଗର ସଦସ୍ୟଗଣ ଏବଂ ଅନ୍ୟ ଉଚ୍ଚ ପଦାଧିକାରୀମାନେ ଯୋଗ ଦେବେ । ମାନବ ଅଧିକାର ଆୟୋଗର ରେଜିଷ୍ଟ୍ରାର ତଥା ଭାରପ୍ରାପ୍ତ ସଚିବ ଶ୍ରୀମତୀ ସ୍ବିଟି ସାମନ୍ତରାୟ ଏ ବିଷୟରେ ସୂଚନା ଦେଇଛନ୍ତି ।
Related Stories
January 22, 2025