ଭୁବନେଶ୍ୱର– ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଆଜି ଶୂନ୍ୟକାଳରେ ବିଜେପି ସରକାରଙ୍କ ମହିଳା ସଶକ୍ତିକରଣ ନେଇ ଟାର୍ଗେଟ କରିଛନ୍ତି ।
ସେ କହିଛନ୍ତି ଯେ, ସୁଭଦ୍ରା ଯୋଜନାରେ ୨ ବର୍ଷରେ ୫୦ ହଜାର ଟଙ୍କା ଦେବେ ବୋଲି କହିଲେ । ହେଲେ ସରକାରକୁ ଆସିଲା ପରେ ୫ ବର୍ଷରେ ୫୦ ହଜାର ଦେବ ବୋଲି କହିଲେ । ଏହା କରି କଣ ମହିଳାଙ୍କୁ ଭଣ୍ଡାଇଲେ ନାହିଁ କି ? ଯେଉଁଠି ଡବଲ ଇଞ୍ଜିନ ସରକାର ଅଛି, ସେଠି ମହିଳା ମାନଙ୍କ ପାଇଁ ଡବଲ ଷ୍ଟାଣ୍ଡାଡ ନୀତି ଗ୍ରହଣ କରୁଛନ୍ତି । ହରିୟାଣାରେ ଡବଲ ଇଞ୍ଜିନ ସରକାର ୨୧୦୦ ଶହ ଦେଉଛନ୍ତି, ଓଡ଼ିଶାରେ ଦିନକୁ ୨୭ ଟଙ୍କା ଦେଉଛନ୍ତି । ୨୭ ଟଙ୍କାରେ କେଉଁ ମହିଳା ଉଦ୍ଯୋଗୀ ହେବେ । ବିଜେପିର ଯେଉଁ ମୁଁହରେ ଅରୁଆ ସେହି ମୁଁହରେ ଉଷୁନା । ଡବଲ ଇଞ୍ଜିନ ସରକାରରେ ଡବଲ ଷ୍ଟାଣ୍ଡାଡ ନୀତି ଛାଡ଼ନ୍ତୁ । ଉପମୁଖ୍ୟମନ୍ତ୍ରୀ ଓ ସରକାରୀ ଦଳର ସଦସ୍ୟ ମାନେ ବାହ ବାହ ନେଉଛନ୍ତି ସରକାର । ହେଲେ ମାସକୁ ମାତ୍ର ୮୮୩ ଟଙ୍କା ଦେଇ କିପରି ସଶକ୍ତ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି ।
Related Stories
January 21, 2025