ଭୁବନେଶ୍ୱର– ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଆଜି ଗୃହରେ ଅଭିମାନ କରିଥିବା ଦେଖିବାକୁ ମିଳିଛି । ଶୂନ୍ୟକାଳରେ ତାରାଙ୍କୁ କହିବାକୁ ବାଚସ୍ପତି ନାଁ ଡାକିଲେ । ହେଲେ ତାରା କହିଲେ ମୁଁ ଆଜି ସମୟ ମାଗି ନାହିଁ । ଦୁଇ ଦିନ ତଳେ ମାଗିଥିଲି । ଆଉ ଆପଣଙ୍କୁ ସମୟ ମାଗିବି ନାହିଁ ବୋଲି ଅଭିମାନରେ ତାରା କହିଛନ୍ତି ।
ଅନ୍ୟ ପକ୍ଷରେ ରାଜା ସ୍ଵାଇଁ କହିଲେ ବାଚସ୍ପତି ମାଡାମ ଯିଏ ସମୟ ମାଗୁନାହିଁ ତାକୁ ସୁଯୋଗ ଦେଉଛନ୍ତି କିନ୍ତୁ ଯିଏ ମାଗୁଛି ତାକୁ ଦେଉନାହାନ୍ତି ।
Related Stories
December 26, 2024