ଭୁବନେଶ୍ୱର– ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସାଧାରଣ ବଣ୍ଟନ ମାଧ୍ୟମରେ ଲୋକମାନଙ୍କୁ କିଲୋ ପିଛା ୩୦ ଟଙ୍କାରେ ଆଳୁ ବିକ୍ରି କରାଯାଉଛି । ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିଭାଗ ପକ୍ଷରୁ ଆଳୁ ଦିଆଯାଉଛି ।ଜଣେ ବ୍ୟକ୍ତି ପିଛା ଦୁଇ କିଲୋ ଆଳୁ ଦିଆଯାଉଛି ।ରାଜ୍ୟସରକାରଙ୍କର ଏଭଳି ପଦକ୍ଷେପକୁ ଲୋକମାନେ ବେଶ ପ୍ରଶଂସା କରିଛନ୍ତି । ଏହାସହ ବିଭାଗ ପକ୍ଷରୁ ନାଫେଡ଼ ଜରିଆରେ ଉତ୍ତରପ୍ରଦେଶରୁ 10ଟି ଆଳୁଟ୍ରକ ମଗାଯାଇଛି ।ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା 96ଟି ପିଡିଏସଡିଲର ମାନଙ୍କୁ ଆଳୁ ଦିଆଯିବ ।ରାସନକାର୍ଡ ହିତାଧିକାରୀ ମାନେ କାର୍ଡ ଦେଖାଇ ଆଳୁ ନେଇପାରିବେ ଏହା ସହ ସାଧାରଣ ଲୋକମାନେ ମଧ୍ୟ ମୋବାଇଲ ନମ୍ବର ଦେଇ ଆଳୁ ନେଇପାରିବେ ।
Related Stories
January 16, 2025