ଭୁବନେଶ୍ୱର, ଆଜି ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକ ମାନେ ନିଜ ନିଜ ଅଂଚଳରେ ନୂଆ ଥାନା ଓ ଫାଣ୍ଡି ଖୋଲିବାକୁ ଦାବି କରିଛନ୍ତି । ସେମାନେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଠିକ କରିବା ପାଇଁ ସେମାନଙ୍କ ଅଂଚଳରେ ନୂଆ ଥାନା ଓ ଫାଣ୍ଡି ଖୋଲିବାକୁ ଦାବି କରିଥିଲେ । ଆଜି ପ୍ରଶ୍ନକାଳରେ ଖଂଡପଡାର ବିଧାୟକ ଦୁଷ୍ମନ୍ତ ସ୍ୱାଇଁଙ୍କ ଏ ସମ୍ପର୍କିତ ପ୍ରଶ୍ନ ଉପରେ ଆଲୋଚନା ବେଳେ ବିଧାୟକ ମାନେ ଏହି ଦାବି କରିଥିଲେ ।
ଏହାର ଉତରରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତର ରଖୁଥିବା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସ୍ପଷ୍ଟ କରିଥିଲେ ଯେ ନୂତନ ଥାନା ଓ ଫାଣ୍ଡି ଖୋଲିବାକୁ ନିଶ୍ଚିତ ଗାଇଡଲାଇନ ରହିଛି । କେଉଁ ସ୍ଥାନରେ ନୂଆ ଥାନା ଗଠନ ହେବ ସେ ସମ୍ପର୍କରେ ନିଷ୍ପତି ନେବାକୁ ଏକ ମାନଦଣ୍ଡ ରହିଛି । ଏଥିରେ 9ଟି ଦିଗ ପ୍ରତି ଧ୍ୟାନ ଦିଆଯାଥାଏ । ଏହି ମାନଦଣ୍ଡ ଆଧାରରେ ନୂଆ ଥାନା ସ୍ଥାପିତ କରିବାକୁ ନିଷ୍ପତି ନିଆଯାଇଥାଏ ।
ରାଜ୍ୟରେ 295 ଫାଣ୍ଡି ଅଛି. ସେଥିରୁ 122 ସହରାଞ୍ଚଳ ଫାଣ୍ଡି. ସେହିପରି ରାଜ୍ୟରେ 685 ପୋଲିସ ଥାନା ଓ 139 ବିଟ ହାଉସ ଅଛି ବୋଲି ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ଗୃହକୁ ଅବଗତ କରିଛନ୍ତି ।
Related Stories
December 26, 2024
December 25, 2024