-
ପ୍ରଶ୍ନକଲେ କାହିଁକି ତାଙ୍କ ଚୁକ୍ତି ନାମା ବଢାଇ ନ ଥିଲେ ବିଜେଡି ସରକାର
ଭୁବନେଶ୍ୱର– ବିଜେପି ବିଧାୟକ ମାନସ ଦତ୍ତ ପ୍ରମିଳା ମଲିକ ଙ୍କୁ କଡ଼ା କାଉଣ୍ଟର କରିଛନ୍ତି । ସେ କହିଛନ୍ତି ଯେ, ସିଆରପି ଓ ଏମବିକେ ମାନଙ୍କର କାର୍ଯ୍ୟକାଳ ଏପ୍ରିଲ ୨୦୨୪ ରୁ ସରିଲାଣି । ସେତେବେଳେ କେଉଁ ସରକାର ଥିଲା । ସେତେବେଳେ ସେ ସରକାର କାହିଁକି ସେମାନଙ୍କର ଚୁକ୍ତିନାମାର ଅବଧି ବଢ଼ାଇଲେ ନାହିଁ ବୋଲି ପ୍ରଶ୍ନ କରିବା ସହ ବିଜେଡି ନେତା ମାନଙ୍କୁ ଏହାର ସ୍ପଷ୍ଟିକରଣ ଦିଅନ୍ତୁ ।
ସେ କହିଛନ୍ତି ଯେ, ଏହି ପ୍ରସଙ୍ଗକୁ ନେଇ ବିଜେଡି ଏବେ ଉଦବେଗ ପ୍ରକାଶ କରୁଛି। କିନ୍ତୁ ଯିଏ ମହିଳାଙ୍କୁ ସଶକ୍ତ କରି ସେ ହେଉଛି ବିଜେପି ସରକାର। ଯେଉଁ ପ୍ରଶ୍ନ ଆଜି ଆମକୁ ପଚରା ଯାଉଛି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସେ ନିଜେ ଆଜି ମହିଳା ମାନଙ୍କୁ ରାସ୍ତାରେ ବସାଇଛନ୍ତି।୨୦୨୪ ଏପ୍ରିଲରେ କାହା ସରକାର ଥିଲା ବିଜେଡି ସରକାର ଥିଲା।କିନ୍ତୁ ସେବେଠୁ ତାଙ୍କ ଚୁକ୍ତି ସରିଥିଲେ ସୁଦ୍ଧା କାହିଁକି ବିଜେଡି ଚୁପ୍ ରହିଥିଲେ ଗୃହରେ ସ୍ପଷ୍ଟ କରୁ ବିଜେଡି ବୋଲି ସେ ଦାବି କରିଛନ୍ତି ।