ଢାକା– ବାଂଲାଦେଶର ଢାକା ଜିଲ୍ଲାର ଧୌର ଗାଁରେ ଶନିବାର ଭୋର ସମୟରେ ଅନ୍ତର୍ଜାତୀୟ କୃଷ୍ଣଭାବନାମୃତ ମଂଚର ଏକ ମନ୍ଦିରକୁ ଅଜ୍ଞାତ ଆକ୍ରମଣକାରୀମାନେ ଜାଳି ଦେଇଛନ୍ତି । ଇସ୍କନ ବାଂଲାଦେଶର ମହାସଚିବ ଚାରୁ ଚନ୍ଦ୍ର ଦାସ ବ୍ରହ୍ମଚାରୀ କହିଛନ୍ତି ଯେ, ମନ୍ଦିରର ଟିଣ ଛାତ ଉଡାଇ ଏହାକୁ ନିଆଁ ଲଗାଇଦିଆଯାଇଛି । ସେ କହିଛନ୍ତି ଯେ, ନିଆଁକୁ ଲିଭାଯାଇଛି କିନ୍ତୁ ଏଥିରେ ଏକ ମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଛି ଏବଂ ପରାଦ ଜଳିଯାଇଛି ।
କୋଲକାତା ଇସ୍କନର ଉପାକ୍ଷ୍ୟକ୍ଷ ରାଧାରମଣ ଦାସ ଏହାକୁ ନିନ୍ଦା କରିଛନ୍ତି ଏବଂ କହିଛନ୍ତି ଯେ, ଧୌର ଗାଁରେ ଇସ୍କନ ନମହଟ୍ଟା କେନ୍ଦ୍ରକୁ ଜାଳି ଦିଆଯାଇଛି । ସେ କହିଛନ୍ତି ଯେ, ମନ୍ଦିରରେ ସ୍ଥାପିତ ଶ୍ରୀ ରାଧାକୃଷ୍ଣ ଓ ଶ୍ରୀ ମହାଭାଗ୍ୟ ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ସହିତ ସେଠାରେ ରଖାଯାଇଥିବା ସମସ୍ତ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି ।