ଗଞାମ– ଆଧାର କାର୍ଡ ସଂଶୋଧନର ସରଳିକରଣ ହେଉ, ଏ ସଂପର୍କରେ ସାଧାରଣରେ ଦାବି ହେଉଛି । ଆଧାର କାର୍ଡ ପ୍ରସ୍ତୁତ ବେଳେ ଅବା ସଂଶୋଧନ ବେଳେ ବହୁ ତୃଟି ବିଚ୍ଯୁତ ହୋଇଥିବା ଜଣାପଡିଛି ଟାଇପ କରିବା ସମୟରେ ଭୁଲ ଟାଇପ ଯୋଗୁଁ କିମ୍ବା ମନମୁଖୀ ଭାବେ ଟାଇପ କରାଯାଇଥିବାରୁ ଗଞାମ ଜିଲାର ଶହଶହ ବ୍ଯକ୍ତି ଆଧାର କାର୍ଡରେ ଜନ୍ମ ତାରିଖ ଭୂଲ ହୋଇଛି । ଏ ଧରଣର କାର୍ଡଧାରୀ ବିଭିନ୍ନ ହଟହଟାର ସମ୍ମୁଖୀନ ହେଉଛନ୍ତି । ଆଧାର କେଂଦ୍ରରେ ଏହାର ସଂଶୋଧନ ହେଉନାହିଁ ଜନ୍ମ ସାର୍ଟି ଦାଖଲ କଲେ ମଧ୍ୟ । ଏଥିପାଇଁ କୁଆଡେ ଘୋଷଣାପତ୍ର(ଡିକ୍ଲେସନ ଫର୍ମପୂରଣ କରି ଜନ୍ମ ପ୍ରମାଣପତ୍ର ସହ ରେଜିଓନାଲ ଅଫିସରେ ଦାଖଲ କଲେହିଁ ଆଧାର କାର୍ଡରେ ଜନ୍ମ ତାରିଖ ବଦଳି ପାରିବ। ଜଣେ ସାଧାରଣ କିମ୍ୱା ଅଶିକ୍ଷିତ ବ୍ଯକ୍ତି ରେଜିଓନାଲ ଅଫିସ୍ କୁ ଯାଇ ତାର ଆଧାରକାର୍ଡ ସଂଶୋଧନ କରିବା ସମ୍ଭବପର କି ? ଏଣୁ ଆଧାର କେଂଦ୍ର ଗୁଡିକରେ ଘୋଷଣା ପତ୍ର ଦେଇ ଆଧାର ସଂଶୋଧନ କରିବା ବ୍ଯବସ୍ଥା ରାଜ୍ୟ ଓ କେଂଦ୍ର ସରକାର ଗ୍ରହଣ କରିବାକୁ ଦାବି ହେଉଛି ।
Related Stories
January 13, 2025
January 13, 2025