ଭୁବନେଶ୍ୱର- କଂଗ୍ରେସ ଭବନରେ ବାଉନ୍ସର ବୁଲିବା ଘଟଣାର ତଦନ୍ତ ପାଇଁ ଦଳ ପକ୍ଷରୁ ଏକ ୩ ଜଣିଆ କମିଟି ଗଠନ କରାଯାଇଛି । ରାଜ୍ୟସଭା ସଭ୍ୟ ରଂଜୀବ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ବଟକୃଷ୍ଣ ତ୍ରିପାଠୀ ଏବଂ ନିଶିକାନ୍ତ ମିଶ୍ର ରହିଛନ୍ତି ।
ସୂଚନାଯୋଗ୍ୟ ଯେ ଗତ ୧୭ ତାରିଖରେ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ ବୈଠକ ·ଲିଥିବାବେଳେ କିଛି ନେତା କର୍ମୀ ବାହାରେ ଧାରଣା ଦେଇଥିଲେ । ଏପରିକି ପିସିସି ସଭାପତିଙ୍କୁ ପରିବର୍ତନ ପାଇଁ ଦାବି କରିଥିଲେ । ଏହି ସମୟରେ କଂଗ୍ରେସ ଭବନରେ କିଛି ବାଉନ୍ସରଙ୍କୁ ଦେଖିବାକୁ ମିଳିଥିଲା । ଏମାନେ ଧାରଣା ଦେଉଥିବା କର୍ମୀଙ୍କୁ କାର୍ଯ୍ୟାଳୟରୁ ତଡି ଦେଇଥିଲେ । ଏହି ଭିଜୁଆଲ ଓ ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିବାଦ ଦେଖାଦେଇଥିଲା ।