![](https://indokalingtimes.com/wp-content/uploads/2020/01/f207733a4e3d660c878fd90c03e816d6b8bde61cb57fe776089a63b3abca3549_1.jpg)
![](https://indokalingtimes.com/wp-content/uploads/2020/01/f207733a4e3d660c878fd90c03e816d6b8bde61cb57fe776089a63b3abca3549_1-300x222.jpg)
କଟକ- କଟକ ବାଦାମବାଡ଼ି ଅଂଚଳରେ ଥିବା ଏକ ଇଲେକଟ୍ରୋନିକ୍ସ ଗୋଦାମରେ ଗତକାଲି ବିଳମ୍ବିତ ରାତିରେ ବଡ଼ ଧରଣରର ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଛି । ଗୋଟିଏ ପରିବାରର ୩ ଜଣ ସଦସ୍ୟ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି ।
ରାତି ପ୍ରାୟ ୨ଟା ସମୟରେ ନିଆଁ ଲାଗିଥିଲା । ଖବର ପାଇ ଦମକଳ ବାହିନୀର ତିନୋଟି ଗାଡି ଘଟଣାସ୍ଥଳରେ ପହଂଚି ଥିଲେ । ପ୍ରାୟ ୫ରୁ ୭ ବଖରା ଘରେ ବିଭିନ୍ନ ବିଦ୍ୟୁତ ସରଞ୍ଜାମ ରଖାଯାଇଥିବାରୁ ଏବଂ ଏହା ସମ୍ପୂର୍ଣ୍ଣ ପ୍ୟାକ୍ ରହିଥିବା ଯୋଗୁଁ ନିଆଁଲିଭା କାର୍ଯ୍ୟ ବିଳମ୍ବ ହୋଇଥିଲା । ଦୀର୍ଘ ୫ ଘଂଟାର ଉଦ୍ୟମ ପରେ ନିଆଁକୁ ଆୟତ କରିଥିଲେ ଅଗ୍ନିଶମ କର୍ମଚାରୀ ମାନେ । ଉପର ମହଲାରେ ରହିଯାଇଥିବା ଗୋଟିଏ ପରିବାରର ତିନି ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ତନ୍ମଧ୍ୟରେ ଜଣେ ବୟସ୍କ ଲୋକ, ଜଣେ ମହିଳା ଓ ଜଣେ ଶିଶୁ ରହିଥିଲେ । ଏମାନଙ୍କୁ ବିଲ୍ଡିଂର ବିପରିତ ପାଶ୍ୱର୍ରେ ନିଶୁଣି ପକାଇ ଅନ୍ୟ ଏକ ବିଲ୍ଡିଂକୁ ସ୍ଥାନାନ୍ତର କରାଯାଇଥିବା ନେଇ ଅଗ୍ନିଶମ ବିଭାଗ ସୂତ୍ରରୁ ପ୍ରକାଶ । ତେବେ ଏହି ଗୋଦାମରେ ନିଆଁ କିପରି ଲାଗିଲା ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ ।