ଚଣ୍ଡୀଗଢ -ପାନିପତର ସୁତା ଫ୍ୟାକ୍ଟ୍ରିରେ ଗତ ରାତିରେ ନିଆଁ ଲାଗି ପାଞ୍ଚ କର୍ମଚାରୀ ଜଳି ଯାଇଥିଲେ।ଯେଉଁଥିରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ହେବା କାରଣରୁ ତାଙ୍କୁ ପୀଜୀଆଇ ରୋହତକରେ ଭର୍ତ୍ତୀ କରାଯାଇଛି।ନିଆଁ ଲିଭାଇବାବେଳେ ଦମକଳ ବାହିନୀର କର୍ମଚାରୀମାନେ ଭିତରୁ ଏହି ପାଞ୍ଚ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ।
ସୁଚନାନୁସାରେ ଇସରାନା ସବଡିଭିଜନ ଅନ୍ତର୍ଗତ ବଲାନା ଗ୍ରାମର ଶିବ ଫ୍ୟାବ୍ରିକ ନାମକ ଏକ ସୁତା କାରଖାନାରେ ରାତି ପ୍ରାୟ ସାଢେ 12ଟା ସମୟରେ ଏଠାରେ ନିଆଁ ଲାଗିଯାଇଥିଲା।ଏହା ପରେ କିଛି କ୍ଷଣ ମଧ୍ୟରେ ନିଆଁ ଏକ ବିରାଟ ରୁପ ନେଇଗଲା।ଫ୍ୟାକ୍ଟ୍ରିର ମାଲିକ କହିଛନ୍ତି ଯେ ଫ୍ୟାକ୍ଟ୍ରିରେ ନିଆଁ ସର୍ଟସର୍କିଟ ଯୋଗୁଁ ଲାଗିଥିଲା।ଏହାପରେ ଫ୍ୟାକ୍ଟ୍ରିରେ ରାତି ସମୟରେ ଉପସ୍ଥିତ 2 କର୍ମଚାରୀ ଜୀବନ୍ତ ଦଗ୍ଧ ହୋଇଥିଲେ।ମୃତକଙ୍କ ନାମ ସୁମିତ ଏବଂ ତସମିଲ ବୋଲି ଜଣାପଡିଛି।ନିଆଁରେ ବିଲ୍ଡିଙ୍ଗ ଏବଂ ସାମଗ୍ରୀ ସହିତ ମେସିନ ମଧ୍ୟ ନଷ୍ଟ ହୋଇଯାଇଛି।ଅଗ୍ନିକାଣ୍ଡ ସମ୍ପର୍କରେ ସୁଚନା ପାଇବା ମାତ୍ରେ ସୋନୀପତ,ଗୋହାନା ଏବଂ ଏହାର ଆଖପାଖ ଅଞ୍ଚଳରୁ ଅଗ୍ନିଶମ ବାହିନୀ ଗାଡି ଘଟଣାସ୍ଥଳରେ ପହଁଞ୍ଚି ନିଆଁରେ ଫସିରହିଥିବା କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ।କାରଖାନାରେ ନିଆଁ ଲିଭାଇବା ପାଇଁ ଦମକଳବାହିନୀର 20ରୁ ଅଧିକ ଗାଡି ରାତିସାରା ନିୟୋଜିତ ହୋଇଥିଲେ।ସକାଳ ପ୍ରାୟ ସାଢେ ପାଞ୍ଚଟା ସମୟରେ ନିଆଁକୁ ଆୟତ୍ତ କରାଯାଇଥିଲା।