ସମ୍ବଲପୁର– ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଏସିଏଫ ରେବତୀ ରମଣ ଯୋଶୀଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ । ଭିଜିଲାନ୍ସ ପକ୍ଷରୁ ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ଏକକାଳୀନ ୯ଟି ସ୍ଥାନରେ ଚଢ଼ଉ କରାଯାଇଛି ।
ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ ରେବତୀ ରମଣ ଯୋଶୀଙ୍କ ସମ୍ବଲପୁର ସ୍ଥିତ କାର୍ଯ୍ୟାଳୟ, ଡିଅର ପାର୍କ ନିକଟରେ ଥିବା ତାଙ୍କ ସରକାରୀ କ୍ୱାର୍ଟର୍ସ ଏବଂ ଅଇଁଠାପାଲି ସ୍ଥିତ ତିନି ମହଲା ଘର, ସମ୍ବଲପୁର ଚର୍ଚ୍ଚ ଛକ ନିକଟ ବ୍ରିଜ ଧାମ ହାଉସିଂ ସୋସାଇଟି କହ୍ନେୟା ବ୍ଲକରେ ଥିବା ଫ୍ଲାଟ ନଂ ଜି-୫ ଏବଂ ଫ୍ଲାଟ ନଂ ଜି-୬, ସମ୍ବଲପୁର ଫାର୍ମ ରୋଡ଼ରେ ସିଟି ପ୍ରାଇଡ ଆପାର୍ଟମେଂଟ ବିଲ୍ଡିଂ ଫ୍ଲାଟ ନଂ ଏ- ୪୦୬, ସମ୍ବଲପୁର-ଝାରସୁଗୁଡ଼ା ରୋଡ଼ର ମଳିପାଲ୍ଲୀ ଠାରେ ଥିବା ସିଙ୍ଗଲ ଷ୍ଟୋରେଡ କମର୍ସିଆଲ ବିଲ୍ଡିଂ, ବରଗଡ଼ ଜିଲ୍ଲାର ପଦ୍ମପୁରରେ ଥିବା କୋଠା, ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକ ଅନ୍ତର୍ଗତ ବଲଣ୍ଡା ଗ୍ରାମରେ ଥିବା ପୈତୃକ ବାସଭବନରେ ଏକକାଳୀନ ଚଢ଼ଉ କରାଯାଇଛି । ଏହି ଚଢ଼ଉ ବେଳେ ତାଙ୍କ ସରକାରୀ କ୍ୱାର୍ଟର୍ସରୁ ୧୪.୫ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି ।
ଏହି ଚଢଉରେ ୩ ଜଣ ଡିଏସପି, ୧୦ ଜଣ ଇନସପେକ୍ଟର ଓ ଅନ୍ୟ ଷ୍ଟାଫମାନେ ସାମିଲ୍ ହୋଇଛନ୍ତି । ଚଢ଼ଉ ଜାରି ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।
ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ ରେବତୀ ରମଣ ଯୋଶୀ ଆୟ ବର୍ହିଭୂତ ସମ୍ପତି ଠୁଳ କରିଥିବା ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ଘଟଣାର ତଦନ୍ତ ପରେ ଆଜି ତାଙ୍କ ଘରେ ଚଢ଼ଉ କରାଯାଇଥିବା ସୂଚନା ମିଳିଛି ।
Related Stories
December 22, 2024