ପୁଂଛ– ଜମ୍ମୁ କଶ୍ମୀରର ପୁଂଛ ଜିଲ୍ଲାର ସୁରନକୋଟ ଅଂଚଳରେ ବୁଧବାର ସକାଳେ ଆତଙ୍କବାଦୀମାନେ ସେନାର ଏକ ପୋଷ୍ଟ ଉପରକୁ ଗ୍ରେନେଡ ମାଡ କରିଛନ୍ତି । ଯାହାଦ୍ୱାରା କେବଳ ଗ୍ରେନେଡଟି ଫାଟିଥିଲା । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି, କିନ୍ତୁ ସୁରକ୍ଷାବଳ ଆତଙ୍କବାଦୀଙ୍କୁ ଧରିବା ପାଇଁ ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି ।
ସେନା ଅନୁସାରେ ସୁରନକୋଟ ଅଂଚଳରେ ସେନାର ଏକ ଶିବିର ପଛରେ ସେନାର ପୋଷ୍ଟ ଉପରେ ଆତଙ୍କବାଦୀମାନେ ଦୁଇଟି ଗ୍ରେନେଡ ଫିଙ୍ଗିଥିଲେ । ଏଥିରୁ ଗୋଟିଏ ବିସ୍ଫୋରଣ ହୋଇଥିବା ବେଳେ ଅନ୍ୟଟି ହୋଇନାହିଁ । ଏହାପରେ ତଲାସୀ ଅଭିଯାନ ସମୟରେ ସୁରକ୍ଷାବଳ ଅନ୍ୟ ଗ୍ରେନେଡକୁ ଖୋଜି ଏହାକୁ ନିଷ୍କ୍ରିୟ କରିଦେଇଛନ୍ତି ।